ମୁମ୍ବାଇ: ୨୦୦୭ରେ ମହାନ ନିର୍ଦ୍ଦେଶକ ମଣିରତ୍ନମ ଘରୱାଲୀ ନାମକ ଏକ ଫିଲ୍ମ ପ୍ରସ୍ତୁତ କରୁଥିଲେ । ଏହାର ନାମ ପରେ ଲାଜୋ ରଖା ଯାଇଥିଲା । ଏଥିରେ ଅମୀର ଖାଁ ଅଭିନୟ କରୁଥିଲେ । କୌଣସି କାରଣବଶତଃ ଫିଲ୍ମଟି ବନ୍ଦ ହୋଇ ଯାଇଥିଲା । ମଣିରତ୍ନଙ୍କ ସହ ଅମୀରଙ୍କ ମତଭେଦ ଏହାର ପ୍ରମୂଖ କାରଣ ବୋଲି ଚର୍ଚ୍ଚା ହୋଇଥିଲା । ଏବେ ଏକ ସାକ୍ଷାତକାରରେ ଅମୀର କହିଛନ୍ତି ଲାଜୋ ପିଲ୍ମ ନ ହେବା ପଛରେ ମୋର କିମ୍ବା ମଣିରତ୍ନମଙ୍କ ଭୂମିକା ନ ଥିଲା । ମୁଁ ସର୍ବଦା ମଣିଙ୍କୁ ସମ୍ମାନ କରେ । ଏବେ ବି ତାଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ ବୋଲି ଅମୀର କହିଛନ୍ତି ।
ଏକ ଭଲ ପ୍ରୋଜେକ୍ଟରେ ମଣିଙ୍କ ସହ କାମ କରିବା ମୋର ଏକ ସ୍ୱପ୍ନ ବୋଲି ସେ କହିଛନ୍ତି । ଲାଲ ସିଂ ଚଢ଼ା ଫିଲ୍ମ ଫ୍ଲପ ହେବା ପରେ ଅମୀର ଭାଙ୍ଗି ପଡିଥିଲେ । ପ୍ରାୟ ୩ ବର୍ଷ ପରେ ସେ ସିତାରେ ଜମୀନ ପର ମାଧ୍ୟମରେ ପ୍ରତ୍ୟାବର୍ତନ କରିଛନ୍ତି । ଏହା ୨୦୦୭ରେ ରିଲିଜ ହୋଇଥିବା ତାରେ ଜମୀନ ପର ଫିଲ୍ମର ସୀକ୍ୱେଲ । ଏଥିରେ ଅମୀର ଏକ ଦିବ୍ୟାଙ୍ଗ ବାସ୍କେଟବଲ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଜୁନ ୨୦ରେ ଏହା ରିଲିଜ ହେବ ।
Comments are closed.