Latest Odisha News

ଟିକେଟ୍ ମିଳିଲାନି ଟେଲିଫୋନ୍ ଟାୱାରରେ ଚଢ଼ି ଫେସବୁକ୍ ଲାଇଭ କଲେ ଆପ୍ ନେତା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟିକେଟ୍ ପାଇଁ ଟାୱାର ଉପରକୁ ଚଢ଼ିଗଲେ, ପୁଣି ଫେସବୁକରେ ଲାଇଭ୍ କଲେ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆପ୍ ଟିକେଟ୍ ନ ପାଇ ଟେଲିଫୋନ୍ ଟାୱାର ଉପରକୁ ଚଢ଼ି ଯାଇଛନ୍ତି ଜଣେ ନେତା ।

ଆମ୍ ଆଦମୀ ପାର୍ଟିର ନେତା ତଥା ପୂର୍ବତନ କର୍ପୋରେଟର ହସିବ ଉଲ୍ ହସନ ଟାୱାରରେ ଚଢ଼ି ଅଭିଯୋଗ କରିଛନ୍ତି, ଦଳର ନେତା ଅତିଶୀ ଓ ଦୁର୍ଗେଶ ପାଠକ ତାଙ୍କ ଦସ୍ତାବିଜ୍ ଫେରାଉ ନାହାଁନ୍ତି । ଏପରିକି ’ଆପ୍’ର ନେତା ଅଭିଯୋଗର ଉତ୍ତର ରଖୁ ନଥିବା ସେ କହିଛନ୍ତି ।

ଏସବୁକୁ ଦର୍ଶାଇବାକୁ ଯାଇ ସେ ଟାୱାର ଉପରକୁ ଚଢ଼ି ଯାଇ ଫେସବୁକରେ ଲାଇଭ୍ କରିଥିଲେ । ଟାୱାର ଉପରୁ ତଳକୁ ଦର୍ଶାଇ ସେ ପଡ଼ିଯାଇ ମରିଗଲେ ଆମ୍ ଆଦମୀ ପାର୍ଟିର ଅତିଶୀ ଓ ଦୁର୍ଗେଶ ଦାୟୀ ରହିବେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି, ଆସନ୍ତକାଲି ନାମାଙ୍କନ ଦାଖଲର ଅନ୍ତିମ ଦିନ । କିନ୍ତୁ ଅତିଶୀ ଓ ଦୁର୍ଗେଶ ତାଙ୍କ କାଗଜପତ୍ର ଫେରାଉ ନଥିବା ଅଭିଯୋଗ ଆଣିଛନ୍ତି ହସିବ ଉଲ୍ ହସନ । ଦଳ ତାଙ୍କୁ ଟିକେଟ୍ ଦେଲା କି ନାହିଁ ତାକୁ ନେଇ ଚିନ୍ତା ନାହିଁ । କିନ୍ତୁ ତାଙ୍କ କାଗଜପତ୍ର ଫେରାଇ ଦିଆଯାଉ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.