Latest Odisha News

୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହୋଇପାରେ ଅଯୋଧ୍ୟା ମସଜିଦ୍ ନିର୍ମାଣ କାର୍ଯ୍ୟ

ପାଖାପାଖି ସମୟରେ ପ୍ରସ୍ତୁତ ହୋଇଯିବ ରାମ ମନ୍ଦିର ଓ ଅଯୋଧ୍ୟା ମସଜିଦ୍ । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ  ଅଯେଧ୍ୟା ଭୂମିରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ୍ ନିର୍ମାଣ ହେବ । ମସଜିଦର ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏ ନେଇ ମସଜିଦ୍ ନିର୍ମାଣ କରୁଥିବା ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ଟ୍ରଷ୍ଟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଯଦି ନିର୍ମାଣ କାମ ଠିକଠାକ ଆରମ୍ଭ ହୁଏ ତେବେ ରାମ ମନ୍ଦିର କାମ ଶେଷ ହେଲା ବେଳକୁ ମସଜିଦ୍ର ଢାଞ୍ଚା ବି ପ୍ରସ୍ତୁତ ହୋଇଯାଇଥିବ ।

ଉତ୍ତରପ୍ରଦେଶର ସୁନ୍ନି ସେଣ୍ଟ୍ରାଲ ଓ୍ୱାକଫ ବୋର୍ଡ ଏହି ମସଜିଦ୍ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ଟ୍ରଷ୍ଟ ଗଠନ କରିଛନ୍ତି । ଏହି ଟ୍ରଷ୍ଟର ସଚିବ ଅତର ହୁସେନ ପିଟିଆଇକୁ କହିଛନ୍ତି, “ଚଳିତ ମାସ ଶେଷ ସୁଦ୍ଧା ଅଯୋଧ୍ୟା ବିକାଶ ପ୍ରାଧିକରଣ ତରଫରୁ ମସଜିଦ୍, ଡାକ୍ତରଖାନା, ସମ୍ପ୍ରଦାୟିକ ରୋଷେଇ, ପୁସ୍ତକାଳୟ ଓ ରିସର୍ଜ ସେଣ୍ଟରର ନକସା ଆସିଯିବ  । ତା’ ପରେ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଟ୍ରଷ୍ଟ ଜାରି କରିଥିବା ଡିଜାଇନ ଅନୁସାରେ ମସଜିଦ୍ ଏବଂ ଅନ୍ୟ କାର୍ଯ୍ୟ କରାଯିବ” । ମସଜିଦ୍ର ନାମ “ଧାନୀପୁର ଅଯୋଧ୍ୟା ମସଜିଦ୍” ରଖାଯାଇଥିବା ବେଳେ ଅନ୍ୟ ସବୁ ସ୍ଥାନକୁ ମୋଲବି ଅହମ୍ମଦୁଲ୍ଲା ଶାହା କମ୍ପଲେକ୍ସ ନାମରେ ନାମିତ ହେବ ।

ଏହି ଜମିରେ ମସଜିଦ୍ ହେବା ସହ ଡାକ୍ତରଖାନା, ପୁସ୍ତକାଳୟ, ସମ୍ପ୍ରଦାୟିକ ରୋଷେଇ ଓ ରିସର୍ଜ ସେଣ୍ଟର ପ୍ରସ୍ତୁତ କରାଯିବ । ଟ୍ରଷ୍ଟ ଅନୁଯାୟୀ ଡାକ୍ତରଖାନାରେ ପ୍ରଥମେ ୧୦୦ଟି ବେଡ ରହିବ । ପରେ ଏହା ୨୦୦କୁ ବୃଦ୍ଧି କରାଯିବ । ସେହି ପରି ସାମ୍ପ୍ରଦାୟିକ ରୋଷେଇରେ ୧୦୦୦ ଲୋକଙ୍କ ପାଇଁ ରୋଷେଇ କରାଯିବ ଏବଂ  ପରେ ୨୦୦୦ ଲୋକଙ୍କ ପାଇଁ ହେବ । ଏଠାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ ।

 

Leave A Reply

Your email address will not be published.