Latest Odisha News

BREAKING NEWS

ଘୋଡ଼ା ବେପାର ଅଭିଯୋଗ ମଧ୍ୟରେ ଏକାଧିକ ବିଧାୟକଙ୍କ ସହ ‘ଆପ୍’ କରିପାରୁନି ସମ୍ପର୍କ

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଅଭିଯୋଗ ପରେ ‘ଆପ୍’ର କେତେକ ବିଧାୟକଙ୍କ ସହ ଦଳ ସମ୍ପର୍କ କରି ପାରୁନି । ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି । ଯାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁତର ସହ ନେବା ସହ ବିଧାୟକ ଦଳ ବୈଠକ ଡାକିଛନ୍ତି ।

ଗତକାଲି ‘ଆପ୍’ର ୪ ଜଣ ବିଧାୟକ ପ୍ରେସମିଟ୍ କରି ବିଜେପି ୨୦ କୋଟି ଟଙ୍କା ଅଫର୍ କରିବା ସହ ଧମକାଇଥିବା ଅଭିଯୋଗ ଆଣିଥିଲେ । ଏଥିପାଇଁ ଆଜି ଦଳର ରାଜନୈତିକ ବ୍ୟାପାର କମିଟିର ବୈଠକରେ ନିଷ୍ପତ୍ତି ହୋଇଛି ସମସ୍ତ ବିଧାୟକଙ୍କୁ ଡକାଯାଉ । ତେବେ ନଜର କେଜ୍ରିୱାଲ୍ ଡାକିଥିବା ବୈଠକରେ କେତେଜଣ ବିଧାୟକ ଉପସ୍ଥିତ ରହୁଛନ୍ତି । ସୂଚନାଯୋଗ୍ୟ ଦିଲ୍ଲୀରେ ଦଳର ୬୨ ବିଧାୟକ ଅଛନ୍ତି ।

ଗୋଟିଏ ଦିନ ପୂର୍ବରୁ ‘ଆପ୍’ର ବିଧାୟକ ବିଜେପି ଉପରେ ବଡ଼ ଅଭିଯୋଗ ଆଣିଥିଲେ । ଦଳର ବିଧାୟକ ଦାବି କରିଥିଲେ, ବିଜେପି ଦିଲ୍ଲୀର କେଜ୍ରିୱାଲ ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି । ଏଥିପାଇଁ ବିଜେପି ‘ଆପ୍’ର ବିଧାୟକଙ୍କୁ ୨୦ରୁ ୨୫ କୋଟି ଟଙ୍କା ଯାଚିଥିବା କୁହାଯାଇଥିଲା ।

‘ଆପ୍’ର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ପ୍ରେସମିଟ୍ କରି ବିଜେପି ଉପରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସଞ୍ଜୟ କହିଥିଲେ, ନରେନ୍ଦ୍ର ମୋଦି ସରକାରର ସାମ ଦଣ୍ଡ ଭେଦର ପର୍ଦ୍ଦାଫାସ୍ କରିବି ।

Leave A Reply

Your email address will not be published.