Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୪୨ ହଜାର ଡିସକାଉଣ୍ଟ ପରେ ବି ଗୋଟିଏ ବି ବିକ୍ରି ହେଲାନି ମାରୁତିର ଏହି କାର୍

ନୂଆଦିଲ୍ଲୀ: ଦେଶର ସଡ଼କରେ ଦୌଡ଼ୁଥିବା କାର୍ ମଧ୍ୟରେ ଅଧିକାଂଶ ମାରୁତି ସୁଜୁକିର । ଏପରିକି ଭାରତରେ ମାରୁତି ସୁଜୁକିର କାର ସର୍ବାଧିକ ବିକ୍ରି ହେଉଛି । କହିବାକୁ ଗଲେ ସ୍ୱଳ୍ପ ବଜେଟ୍ ସହ ପ୍ରଥମେ କେହି କାର୍ କିଣୁଥିଲେ ସୁଜୁକିକୁ ବାଛି ଥାନ୍ତି । କମ୍ପାନୀ ଭାରତୀୟ ବଜାରରେ ରାଜ୍ କରୁଥିବା ବେଳେ ବଡ଼ ଝଟକା  ଲାଗିଛି । କମ୍ପାନୀର ପ୍ରିମିୟମ୍ ଏସୟୁଭି କାର୍ ଏସ୍-କ୍ରସ୍ (SUV S-Cross) ଠାରୁ ଲୋକ ମନ ଫେରାଇ ନେଲେଣି । ଫଳରେ ଜୁଲାଇ ମାସରେ ମାରୁତି ଏହି ଏସୟୁଭିର ଗୋଟିଏ ବି ୟୁନିଟ୍ ବିକ୍ରି କରିପାରି ନାହିଁ ।

ପ୍ରିମିୟମ୍ ଏସୟୁଭି କାର୍ ଏସ୍-କ୍ରସ୍ ବିକ୍ରି ଚଳିତ ବର୍ଷ ଏପ୍ରିଲ୍ ମାସରୁ ପ୍ରତି ମାସରେ କମି ଚାଲିଛି । ଏପ୍ରିଲରେ କମ୍ପାନୀ ଏସ୍-କ୍ରସ୍ କାରର ୨୯୨୨ ୟୁନିଟ୍ ବିକ୍ରି କରିଥିଲା । ଯେତେବେଳେ କି ମାର୍ଚ୍ଚରେ ୨୬୭୪ଟି ୟୁନିଟ୍ ବିକ୍ରି ହୋଇଥିଲା । ତେବେ ମାର୍ଚ୍ଚ ପରେ ଏପ୍ରିଲରେ ବିକ୍ରି ସାମାନ୍ୟ ବଢ଼ିବା ପରେ ମେରୁ ହ୍ରାସ୍ ପାଇ ଚାଲିଛି । ମେରେ କମ୍ପାନୀ ପ୍ରିମିୟମ୍ ଏସୟୁଭି କାର୍ ଏସ୍-କ୍ରସ୍ କାରର ୧୪୨୮ଟି ୟୁନିଟ୍ ବିକ୍ରି କରିଥିଲା ।

ଯେତେବେଳେ କି ଜୁନରେ ୬୯୭ ଓ ଜୁଲାଇ କମ୍ପାନୀ ଗୋଟିଏ ବି ଏସ୍-କ୍ରସ୍ କାର୍ ବିକ୍ରି କରିପାରିନି । ତେବେ ମାରୁତିର ଏସ୍-କ୍ରସ୍ କାର୍ ବିକ୍ରି ନହେବା ପଛର କାରଣ କମ୍ପାନୀର ନୂଆ ଗାଡ଼ି ଗ୍ରାଣ୍ଡ ଭିଟାରା (Grand Vitara) । ତେବେ ଜୁନରେ ଏସ୍-କ୍ରସ୍ କାର୍ ଉପରେ କମ୍ପାନୀ ୪୨ ହଜାର ଡିସକାଉଣ୍ଟ ଦେବା ପରେ ଆଦୌ ବିକ୍ରି ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗତବର୍ଷ ନଭେମ୍ବରରେ ମାରୁତି ଏସ୍-କ୍ରସ୍ କାରର ନୂଆ ଏଡିସନ୍ ଆଣିଥିଲା । ଏଥିରେ କମ୍ପାନୀ ଏକ୍ସଏଲ୍ ୬ ଭଳି ଫ୍ରଣ୍ଟ ଗ୍ରିଲ୍ ଲଗାଇଥିଲା । ଏହାସହ ମଲ୍ଟିପଲ ଏଲଇଡି ଲ୍ୟାମ୍ପ ଓ ଇଣ୍ଟିଗ୍ରେଟେଡ୍ ଏଲଇଡି ଡେଟାଇମ୍ ରନିଂ ଦିଆ ଯାଇଥିଲା । ବୋନଟେରେ ପରିବର୍ତ୍ତନ କରିଥିଲା କମ୍ପାନୀ ।

Leave A Reply

Your email address will not be published.