Latest Odisha News

BREAKING NEWS

ସେହ୍ୱାଗ, ଦ୍ରାବିଡ଼ଙ୍କ ପୁଅଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ଼ ଏବଂ ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ପୁଣି ଥରେ ନିଜ ବାପାଙ୍କ ପାଦଚିହ୍ନରେ ଚାଲି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୮ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୱାନଡେ  ସିରିଜ୍ ପାଇଁ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ୱୟ ଦ୍ରାବିଡ଼ ଏବଂ ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଭାରତୀୟ ଅଣ୍ଡର-୧୯ ୱାନଡେ ଦଳରେ ସାମିଲ କରାଯାଇଛି । ବିସିସିଆଇ ଚୟନ କମିଟି ୩ଟି ୱାନଡେ ଏବଂ ୨ଟି ମଲ୍ଟି-ଡେ (ଟେଷ୍ଟ) ମ୍ୟାଚ୍ ପାଇଁ ପୃଥକ ଦଳ ଘୋଷଣା କରିଛି । ୱାନଡେ ଦଳର ଅଧିନାୟକ ଭାବେ ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ମଲ୍ଟି-ଡେ ମ୍ୟାଚ୍ ପାଇଁ ୟଶବର୍ଦ୍ଧନ ସିଂହ ଚୌହାନଙ୍କୁ ଅଧିନାୟକ କରାଯାଇଛି । ୧୮ ବର୍ଷୀୟ ଆର୍ଯ୍ୟବୀର ସେହୱାଗ ପ୍ରଥମ ଥର ପାଇଁ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ ପାଇଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀ ପ୍ରିମିୟର ଲିଗରେ ଖେଳୁଛନ୍ତି । ୧୭ ବର୍ଷୀୟ ୱିକେଟକିପର-ବ୍ୟାଟର ଅନ୍ୱୟ ଦ୍ରାବିଡ଼ ଗତ ମାସରେ ଶ୍ରୀଲଙ୍କା ଗସ୍ତରେ ଦଳର ଅଂଶ ଥିଲେ । ସେଠାରେ ସେ ଦୁଇଟି ୟୁଥ୍ ୱାନଡେ ମ୍ୟାଚ୍‌ରେ ୧୪ ଏବଂ ୮୭ ରନ୍ ସଂଗ୍ରହ କରିଥିଲେ । ମ୍ୟାଚ୍ ସୂଚୀ: ୩ଟି ୱାନଡେ ଏବଂ ପ୍ରଥମ ମଲ୍ଟି-ଡେ ମ୍ୟାଚ୍ ରାଜକୋଟରେ ଖେଳାଯିବ, ସେହିପରି ଦ୍ୱିତୀୟ ମଲ୍ଟି-ଡେ ମ୍ୟାଚ୍ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ।

ୱାନଡେ ଦଳ: ଲକ୍ଷ୍ୟ ରାୟଚନ୍ଦାନୀ (ଅଧିନାୟକ), ୟଶବର୍ଦ୍ଧନ ଚୌହାନ (ସହ-ଅଧିନାୟକ), ରଜତ ବାଘେଲ (ୱିକେଟକିପର), ଆର୍ଯ୍ୟବୀର ସେହୱାଗ, ଭି.କେ. ବିନୀତ, କୁଶାଗ୍ର ଓଝା, ଅର୍ଜୁନ ରାଜପୁତ, ମନାଲ ଚୌହାନ, ଅନ୍ୱୟ ଦ୍ରାବିଡ଼ (ୱିକେଟକିପର), ଭି. ୟଶବୀର, ରୋହିତ ଯାଦବ, ଶାବିନ ବିନୋଦ, ମୋହିତ ଉଲଭା, ଚିଗୁରୁପାଟି ଭେଙ୍କଟ, କାବ୍ୟ ପଟେଲ।

ମଲ୍ଟି-ଡେ  ଦଳ: ୟଶବର୍ଦ୍ଧନ ଚୌହାନ (ଅଧିନାୟକ), ଲକ୍ଷ୍ୟ ରାୟଚନ୍ଦାନୀ (ସହ-ଅଧିନାୟକ), ସାଗର ଭିର୍କ, କୁଶାଗ୍ର ଓଝା, ମନାଲ ଚୌହାନ, କୁଶ ପଟେଲ, ମାନବ କୃଷ୍ଣ (ୱିକେଟକିପର), ଅଭିପ୍ରାୟ ବିଶ୍ୱାସ (ୱିକେଟକିପର), ରୋହିତ ଯାଦବ, ଇଶାନ ଓମ୍, ଅୟାନ ଅକ୍ରମ, ପ୍ରଣବ ରାଘବେନ୍ଦ୍ର, ପ୍ରିୟାଂଶୁ ସିଂହ, ମୋହିତ ଉଲଭା, ଆର୍ଯ୍ୟନ ଯାଦବ ।

Leave A Reply

Your email address will not be published.