ନଙ୍ଗଆମହଲା:ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅଞ୍ଚଳର ନଙ୍ଗାମହଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ମିଳିଛି । ପତ୍ନୀଙ୍କୁ ହାଣି ନିଜେ ଫାଶି ହୋଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୋନୁ ବିବି ଓ ତାଙ୍କ ସ୍ବାମୀ ସେକ ମୁସ୍ତଫା ରାଜା।
ଖବର ପାଇ ଘଟଣାସ୍ଥଳରେ ପୁରୁଣା ବଜାର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।
ଖବରମୁତାବକ,ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗଆମହଲା ଗାଁରେ ସେକ୍ ମୁସ୍ତାଫା ରଜା ଓ ସୋନୁ ବିବି ରହୁଥିଲେ। ଅନେକ ଦିନ ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଵିଵାଦ ଲାଗି ରହିଥିଲା। ପୂର୍ବରୁ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ବିବାଦର ସମାଧାନ କିଛି ହୋଇପାରି ନଥିଲା। ଆଜି ଘରେ କେହିନଥିଲା ବେଳେ ମୁସ୍ତାଫା ସୋନୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ସୋନୁଙ୍କ ମୃତ୍ୟୁ ଘଟିଥିଲା। ସେହି ପ୍ରକୋଷ୍ଠରେ ହିଁ ସେ ନିଜେ ଫାଶିରେ ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ। ପଡ଼ୋଶୀ ଘଟଣା ସମ୍ପର୍କରେ ଜାଣି ଭଦ୍ରକ ପୁରୁଣାବଜାର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଡ଼ୋଶୀଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା । ସେକ ମୁସ୍ତଫା ରାଜାଙ୍କ ଘର ଭଦ୍ରକ ଜିଲ୍ଲାରେ ଓ ତାଙ୍କ ସ୍ତ୍ରୀ ସୋନୁ ବିବିଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ନୌ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା।

