Latest Odisha News

BREAKING NEWS

ବିଦେଶରେ ମୋଦି ନାରା..‘ଅବ କି ବାର.. ୪୦୦ ପାର’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ମାହୋଲ ସରଗରମ । ଆଉ ବିଦେଶରେ ଦେଖାଦେଇଛି ଏହାର ଉଷ୍ମତା । ଗ୍ଲୋବାଲ ଲିଡରଙ୍କ ପାଇଁ ଗ୍ଲୋବାଲ ନାରା ଶୁଣିବାକୁ ମିଳିଛି ଦୁବାଇରେ ।  ପ୍ରଧାନମନ୍ତ୍ରୀଙ୍କ ଦୁବାଇ ଗସ୍ତ ସମୟରେ ଦେଖିବାକୁ ମିଳିଛି ଏମିତି କିଛି  ଦୃଶ୍ୟ । ସେଠାରେ ପହଞ୍ଚିବା କ୍ଷଣି ପ୍ରବାସୀ ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେତିକି ନୁହେଁ, ମୋଦିଙ୍କ ଦେଖିବା କ୍ଷଣି ହର ହର ମୋଦି…ଅବ କି ବାର ୪୦୦ ପାର ନାରା ଦେଇ ପାଛୋଟି ନେଇଥିଲେ ।

ଦୁବାଇରେ ଜଳବାୟୁ ପରିବର୍ତ୍ତନ ଉପରେ ଆୟୋଜିତ ୨୮ ତମ ସମ୍ମିଳନୀରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ଦୁବାଇ ଗସ୍ତରେ ଯାଇଛନ୍ତି । ବିଶ୍ୱସ୍ତରୀୟ ନେତା ଏକାଠି ହୋଇ ଜୟବାୟୁ ପରିବର୍ତ୍ତନ ଗ୍ରୀନହାଉସ ଗ୍ୟାସ ନିର୍ଗମନ ହ୍ରାସ ଉପରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦି ଦୁବାଇରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେବା ପାଇଁ ପ୍ରବାସୀ ଭାରତୀୟ ଅପେକ୍ଷା କରିଥିଲେ । ତାଙ୍କ ନେତୃତ୍ୱକୁ ସମର୍ଥନ କରି ଏପରି ନାରା ଦେଇଥିଲେ ।

ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ଅଭିବାଦନରେ ଅବିଭୂତ ହୋଇପଡିଥିଲେ ମୋଦି । ସେ କହିଥିଲେ, ଦୁବାଇରେ ଥିବା ପ୍ରବାସୀ ଭାରତୀୟଙ୍କ ଏପରି ଆନ୍ତରିକ ସ୍ୱାଗତ ସମ୍ବରର୍ଦ୍ଧନାରେ ମୁ ଅବିଭୂତ । ସେମାନଙ୍କ ସମର୍ଥନ ଏବଂ ଉତ୍ସାହ ହିଁ ଆମ ସଂସ୍କୃତି ଏବଂ ଦୃ୍ଢ ସମ୍ପର୍କର ପରିଚୟ ।

ଏହି ଗସ୍ତ ଅବସରରେ ମୋଦି ବିଶ୍ୱ ନେତାଙ୍କ ସହ ଏକାଧିକ ବୈଠକରେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନରେ ଭାରତର ପଦକ୍ଷେପ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଦୁବାଇରେ ତିନୋଟି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.