Latest Odisha News

BREAKING NEWS

ବିଶ୍ୱର ସବୁଠାରୁ ଦୁଃଖୀ ହାତୀର ପରଲୋକ

ମନିଲା: ମନିଲା ଜୁରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖୀ ହାତୀର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମାଳି ନାମକ ଏହି ହାତୀୟ ବୟସ ୪୩ ରହିଥିବା ଅନୁମାନ କରାଯାଇଛି । ଜୁର ମୂଖ୍ୟ ଚିକିତ୍ସକ ହେନରିକ ପ୍ୟାଟ୍ରିକ ମାଳିକୁ କାନ୍ଥରେ ନିଜକୁ ଘଷୁଥିବା ଦେଖିବାକୁ ପାଇଥିଲା । ସେ ରକ୍ତାକ୍ତ ହୋଇ ପଡିଥିଲା । ଏଥିରୁ ଜଣା ପଡିଥିଲା ମାଳିର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ତାଙ୍କୁ ଚିକିତ୍ସା କରାଯିବା ଆରମ୍ଭ କରାଯାଇଥିଲେ ମଧ୍ୟ ସେ ଜୋରଜୋରରେ ନିଶ୍ୱାସ ନେଇଥିଲା ଏବଂ ଶେଷରେ ମୃତ୍ୟୁବରଣ କରିଥିଲା । ଶବର ପରୀକ୍ଷଣ ପରେ ତାକୁ ପ୍ୟାନକ୍ରିଏଟିକ କ୍ୟାନ୍ସର ହୋଇଥିବା ଜଣା ପଡିଥିଲା । ୪୦ ବର୍ଷ ଧରି ମାଳି ମନିଲା ଜୁରେ ରହିଥିଲା । ସେଠାକାର କର୍ମଚାରୀଙ୍କ ସହ ତାର ଏକ ସ୍ୱତନ୍ତ୍ର ସମ୍ପର୍କ ଗଢ଼ି ଉଠିଥିଲା । ସେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ କଥା ଶୁଣୁଥିଲା । ଅନ୍ୟ ସମୟରେ ମନ ଦୁଃଖରେ ବସି ରୁହେ ।

ସେଥିପାଇଁ ପେଟା ତାକୁ ବିଶ୍ୱର ଦୁଃଖୀ ହାତୀ ଭାବେ ନାମକରଣ କରିଥିଲା । ଶ୍ରୀଲଙ୍କା ସରକାର ଏହି ହାତୀକୁ ୧୯୮୧ରେ ଫିଲିପାଇନ୍ସର ପ୍ରଥମ ମହିଳା ଇମେଲ୍ଡା ମାର୍କୋସଙ୍କୁ ଉପହାର ବାବଦକୁ ଦେଇଥିଲେ । ସେଠାରେ ଶିବ ନାମକ ଏକ ହାତୀ ସହ ତାର ବନ୍ଧୁତା ଥିଲା । ତାଠାରୁ ଅଲଗା ହୋଇଯିବା ପରେ ମାଳି ସର୍ବଦା ମନ ଦୁଃଖରେ ରହିଥିଲା । ଦୁଇଜଣଙ୍କୁ ଏକତ୍ର କରିବା ପାଇଁ ଉଦ୍ୟମ କରାଯାଇଥିଲା । ମାତ୍ର ୧୯୯୦ରେ ଶିବର ମୃତ୍ୟୁ ଘଟିଥିଲା । ସେବେଠାରୁ ମାଳି ଏକୁଟିଆ ହୋଇ ପଡିଥିଲା ।

Leave A Reply

Your email address will not be published.