Latest Odisha News

BREAKING NEWS

ସେଣ୍ଟ୍ରାଲ ବାଗଦାଦ୍ ମାର୍କେଟରେ ଆତ୍ମଘାତୀ ହମଲା: ୩୦ ମୃତ, ୭୩ ଆହତ

ବାଗଦାଦ : ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆଟାକ୍ । ଆତଙ୍କବାଦୀଙ୍କ ଆତ୍ମଘାତୀ ହମଲା ଯୋଗୁ ୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଗୁରୁତର ଥିବା ୭୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ଇରାକର ତୟାରନ ଛକରେ ଥିବା ଓପନ ଏୟାର ସେଣ୍ଟ୍ରାଲ ମାର୍କେଟରେ ଆଜି ମଧ୍ୟାହ୍ନରେ ଆତ୍ମଘାତୀ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏହି ମାର୍କେଟର ଅଧିକାଂଶ ସ୍ଥାନରେ ସେକେଣ୍ଡ ହ୍ୟାଣ୍ଡ କପଡ଼ା ବିକ୍ରି ହୋଇଥାଏ। ମାର୍କେଟରେ ସକାଳୁ ପ୍ରବଳ ଭିଡ଼ ଜମି ଥିବା ବେଳେ ପ୍ରଥମ ଗୋଟିଏ ଆତ୍ମଘାତୀ ହମଲା ହୋଇଥିଲା। ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ୁ ଥିବା ବେଳେ ହଠାତ୍ ଦ୍ୱିତୀୟ ଥର ଆତ୍ମଘାତୀ ହମଲା କରିଥିଲେ ଆତଙ୍କବାଦୀ ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଆତଙ୍କବାଦୀ ଜଣଙ୍କ ଅସୁସ୍ଥତାର ବାହାନା କରି ମାର୍କେଟ ପରିସରରେ ତଳେ ପଡ଼ି ଯାଇଥିଲା। ଏହା ଦେଖି ଲୋକେ ତା’ ପାଖକୁ ଦୌଡ଼ି ଆସିବାରୁ ସେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ବିସ୍ଫୋରଣ ପରେ ଲୋକମାନେ ଦୌଡ଼ୁ ଥିବା ବେଳେ ଦ୍ୱିତୀୟ ଆତଙ୍କବାଦୀ ଜଣଙ୍କ ଆତ୍ମଘାତୀ ହମଲା କରିଥିଲା ।

କିଛି ସମୟ ମଧ୍ୟରେ ମାର୍କେଟ ପରିସର ପୂରା ରକ୍ତ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲା। ଘଟଣା ପରେ ସୁରକ୍ଷାକର୍ମୀମାନେ ସାରା ମାର୍କେଟକୁ କଡ଼ା ସୁରକ୍ଷା ବଳୟରେ ରଖିଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପୂର୍ବରୁ ୨୦୧୮ ଜାନୁଆରୀରେ ମଧ୍ୟ ଏହି ମାର୍କେଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯେଉଁଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.