Latest Odisha News

BREAKING NEWS

ବେଲ୍ ପରେ ଜେଲରୁ ମୁକୁଳିଲେ ଆଇଏଫଏସ ଅଭୟକାନ୍ତ ପାଠକ

ଭୁବନେଶ୍ବର : ବେଲ୍ ପରେ ଜେଲରୁ ମୁକୁଳିଲେ ଆଇଏଫଏସ ଅଭୟକାନ୍ତ ପାଠକ । ସମସ୍ତ ୩ଟି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅଭୟକାନ୍ତ ପାଠକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ଗିରଫ ହୋଇଥିଲେ ଅଭୟକାନ୍ତ । ସେହିପରି ଠକେଇ ମାମଲାରେ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା । ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବା ବେଳେ, ଗତକାଲି ତୃତୀୟ ମାମଲାରେ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏବେ ସମସ୍ତ ମାମଲାରେ ବେଲ୍ ମିଳିବା ପରେ ଜେଲରୁ ବାହାରିଛନ୍ତି ଆଇଏଫଏସ ଅଭୟକାନ୍ତ ପାଠକ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକଙ୍କୁ ନଭେମ୍ବର ୨୭ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ପରିମାଣର ସମ୍ପତ୍ତି । ଏଥିସହ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଯୁବକଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଉଭୟ ବାପା ପୁଅ ଗିରଫ ହୋଇଥିଲେ ।

Leave A Reply

Your email address will not be published.