Latest Odisha News

BREAKING NEWS

ଓଡ଼ିଶାରେ ଅଭିଜିତ: ପୋଲିସ ଖୋଜୁଛି, ଗଣମାଧ୍ୟମକୁ ସାମ୍ନା କରିବାକୁ ଭୟ !

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଥିବା ପ୍ରତିରକ୍ଷା ବିଶେଷଜ୍ଞ ଅଭିଜିତ ଆୟାର ମିତ୍ର ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ।

ଅଭିଯୁକ୍ତ ଅଭିଜିତ ଆୟାର ମିତ୍ରଙ୍କୁ ସୁପ୍ରିମକୋର୍ଟ ୫ ତାରିଖ (ଶୁକ୍ରବାର)ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷାର ଅବଧି ଶେଷ ହୋଇଛି । ଏବେ ଅଭିଜିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି କୋଣାର୍କ ପୋଲିସଙ୍କ ନିକଟରେ ହାଜର ହେବା କଥା । ଏହି ବଙ୍ଗାଳୀ ସାମ୍ବାଦିକ ଜଣକ ଓଡ଼ିଶା ପହଞ୍ଚିଚିଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ପତ୍ତା ପାଉନାହାନ୍ତି । ଟ୍ୱିଟ୍ଟର୍ ରେ ଲଗାତର ବାହାସ୍ପୋଟ ମାରି ଓଡ଼ିଆ ସାମ୍ବାଦିକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ଅଭିଯୁକ୍ତ ଜଣକ କ’ଣ ଏବେ ଓଡ଼ିଆ ସାମ୍ବାଦିକମାନଙ୍କୁ ସାମ୍ନା କରିବାକୁ ପଛଘୁଞ୍ଚା ଦେଉଛନ୍ତି କି ବୋଲି ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି ।

ବଙ୍ଗାଳୀ ସାମ୍ବାଦିକ ଅଭିଯୁକ୍ତ ଅଭିଜିତ ଆୟାର ମିତ୍ରଙ୍କୁ ନେଇ ଏବେ ଅନେକ ଗୁଜବ ଚାଲିଛି । କେବଳ କୋଣାର୍କ ନୁହେଁ ଭୁବନେଶ୍ୱର ସହିଦନଗର ଥାନାରେ ମଧ୍ୟ ତାଙ୍କ ବିରୋଧରେ ଏତଲା ଦିଆଯାଇଛି । ପୋଲିସ ଡ଼ିସିପି ଶୁକ୍ରବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅଭିଯୁକ୍ତ ଭୁବନେଶ୍ୱର ପହଞ୍ଚିଥିବାର ସୂଚନା ମିଳିନାହିଁ ।

ଅଭିଜିତ କୋଣାର୍କ ଥାନାରେ ହାଜର ହେବାପରେ ଗିରଫ ହୋଇ ଓଡ଼ିଶାର ଜେଲରେ ରହିବା ସୁନିଶ୍ଚିତ । କାରଣ ତାଙ୍କର ଜାମିନ ଅବଧି ସରିଯାଇଛି ଏବଂ ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ଆସନ୍ତା ୧୧ତାରିଖରେ ହାଜର ହେବେ ଏହି ବିବାଦୀୟ ବଙ୍ଗୀୟ ସାମ୍ବାଦିକ ଜଣକ ।

ତେବେ ସୁପ୍ରିମକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେବା ପରେ ଏବଂ ସେ ଯଦି ଏବେ ଓଡ଼ିଶାରେ ପହଞ୍ଚିଥାଆନ୍ତି ତେବେ ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଅଭିଯକ୍ତ ଅଭିଜିତ ନାୟାର ମିତ୍ରଙ୍କ ଓକିଲ ନିଖିଲ ମେହେରା ଗୁରୁବାର ଦିନ କହିଥିଲେ, “ଆପେକ୍ସ କୋର୍ଟରେ ଅଭିଜିତଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଯିବା ପରେ ମୋ ମହକିଲ ଏବେ ଓଡ଼ିଶା ପୋଲିସଙ୍କୁ ତଦନ୍ତରେ ସହଯୋଗ କରିବେ” ।

ଅଭିଯୁକ୍ତ ଅଭିଜିତଙ୍କ ଓକିଲ ଶ୍ରୀଯୁକ୍ତ ମେହେରା ଆହୁରି ମଧ୍ୟ କହିଥିଲେ ଯେ, ସେ ତାଙ୍କ ମହକିଲଙ୍କୁ ନ୍ୟାୟ ଦେବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ।

“ଆମେ ଏହି ମାମଲାରେ ଖସି ଚାଲିଯିବାକୁ ଚାହୁଁନାହୁଁ କି ଆମେ ମଧ୍ୟ କାହାରିକୁ ଡ଼ରୁନାହୁଁ । ମୋ ମହକିଲ ଯାହାକିଛି ବି ଟିପ୍ପଣୀ ଦେଇଛନ୍ତି ତାହା ସାମ୍ବିଧାନିକ ଭାବେ ଠିକ୍ । ସମ୍ବିଧାନରେ ସ୍ୱ ବାକ୍ ଅଧିକାରର ସ୍ପଷ୍ଟ ନିୟମ ଉଲ୍ଲେଖ ରହିଛି । ” ଏହି କଥା କହିଛନ୍ତି ବଙ୍ଗୀୟ ସାମ୍ବାଦିକ ତଥା ଅଭିଯୁକ୍ତ ଅଭିଜିତ ଆୟାର ମିତ୍ରଙ୍କ ଓକିଲ ନିଖିଲ ମେହେରା ।

ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠରେ ଏହି ମାମଲାର ବିଚାର ଚାଲିଥିବା ବେଳେ ଅଭିଯୁକ୍ତ ଅଭିଜିତଙ୍କ ଓକିଲ ତାଙ୍କର ମହକିଲଙ୍କ ଜୀବନ ପ୍ରତି ବିପଦ ରହିଥିବା କଥା ଯୁକ୍ତି ଦର୍ଶାଇଥିଲେ । କିନ୍ତୁ ଏହି ଯୁକ୍ତିକୁ ଖଣ୍ଡନ କରିଦେଇ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ କହିଥିଲେ, “ତମର ଜୀବନ ଯଦି ବିପଦପୂର୍ଣ୍ଣ ତେବେ ଜେଲ କୋଠରୀ ଠାରୁ ଆଉ ସୁରକ୍ଷିତ ସ୍ଥାନ କେଉଁଠି ରହିଛି? ସେଠାରେ ତୁମ ଜୀବନ ସୁରକ୍ଷିତ ରହିବ” ।

ଏପରିକି ବିଚାର କରୁଥିବା ଏହି ଖଣ୍ଡପୀଠ ମଧ୍ୟ ତାଙ୍କ ଶୁଣାଣିରେ କହିଥିଲେ, ଦେଇଥିବା ବିବାଦୀୟ ଟିପ୍ପଣୀ ସାଂପ୍ରଦାୟିକ ବିଭେଦକୁ ଦର୍ଶାଉଛି । ତେଣୁ କିପରି ତମକୁ ଜାମିନ ମିଳିବ?

ଓଡ଼ିଶାର କଳା ଓ ସ୍ଥାପତ୍ୟ ସମ୍ପର୍କରେ ଅଶାଳୀନ ଟିପ୍ପଣୀ ଦେବା ପରେ ଅଭିଜିତଙ୍କୁ ଓଡ଼ିଶା ପୋଲିସ ଗତ ସେପ୍ଟେମ୍ବର ୨୦ ତାରିଖରେ ନୂଆଦିଲ୍ଲୀର ନିଜାମ୍ମୁଦିନ ଥାନା ଅଞ୍ଚଳରୁ ଗିରଫ କରିଥିଲା । ଏହାପରେ ସମଗ୍ର ଓଡ଼ିଶାରେ ଏହି ବଙ୍ଗାଳୀ ସାମ୍ବାଦିକଙ୍କ ଟିପ୍ପଣୀକୁ ନେଇ ପ୍ରବଳ ପ୍ରତିବାଦ ସହିତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଅଭିଯୁକ୍ତ ଅଭିଜିତଙ୍କୁ ତୁରନ୍ତ ଗିରଫ କରିବାକୁ ସାରା ଓଡ଼ିଶାରେ ପ୍ରବଳ ଦାବି ହେଉଥିବା ବେଳେ ଓଡ଼ିଶା ସରକାର ବିଧାନ ସଭାରେ ଏହି ମାମଲା ନେଇ ଏକ ଗୃହ କମିଟି ଗଠନ କରିଥିଲେ । ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବଙ୍ଗୀୟ ସାମ୍ବାଦିକ ଅଭିଜିତଙ୍କୁ ବିଧାନସଭାର ଗୃହ କମିଟିରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା ।

ଏହି ମାମଲା ବିମ୍ବାଧର ବେଉରାଙ୍କ ପକ୍ଷରୁ ଆପେକ୍ସ କୋର୍ଟରେ ଦାୟର କରାଯିବା ପରେ ତାଙ୍କୁ ସେପ୍ଟେମ୍ବର ୨୮ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସେପ୍ଟେମ୍ବର ୨୭ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନକୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଥିଲେ । ଓଡ଼ିଶା ହାଇକୋର୍ଟରେ ଏହାର ବିଚାର ହେବାକୁ ଥିବାବେଳେ ଅଭିଜିତଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରିବା ଲାଗି ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.