Latest Odisha News

BREAKING NEWS

ଭୁଲ ବୁଝିଲେ ଅଭିଜିତ ମଜୁମଦାର, ଡିଲିଟ କଲେ ଟୁଙ୍ଗୁର ଭୋଳ ଗୀତ

ଭୁବନେଶ୍ୱର: ଟୁଙ୍ଗୁର ଭୋଳ ଏହି ବ୍ୟକ୍ତିର ପରିଚୟ ଏବେ କୌଣସି ଓଡିଆଙ୍କ ପାଖରେ ଆଉ ବୋଧହୁଏ ଅଛପା ନଥିବ । ଏହି ବ୍ୟକ୍ତିକୁ ନେଇ ଅନେକ ଆଲବମ ମଧ୍ୟ ହୋଇସାରିଲାଣି । ଆଉ ଟୁଙ୍ଗୁର ମଧ୍ୟ ଅଟୋ ଛାଡି ସଙ୍ଗୀତ ଷ୍ଟୁଡିଓରେ ବ୍ୟସ୍ତ । କିନ୍ତୁ ବାରମ୍ବାର ଟୁଙ୍ଗୁରୁ ଭଳି ଚରିତ୍ରକୁ ବିରୋଧ କରୁଥିବା ଲୋକଙ୍କ ଦାବିର ପ୍ରଭାବ ଦେଖିବାକୁ ମିଳିଛି । ନାମକାର ଗୀତିକାର ଅଭିଜିତ ମଜୁମଦାର ମଧ୍ୟ ଟୁଙ୍ଗୁରକୁ ନେଇ ହୋଇଥିବା ଏକ ଆଲବମରେ କଣ୍ଠଦାନ କରିଥିଲେ । ଏବେ କିନ୍ତୁ ସେ ସେହି ଆଲବମକୁ ୟୁଟ୍ୟୁବରୁ ଡିଲିଟ୍ କରିଦେଇଛନ୍ତି ବୋଲି କହିଛନ୍ତି ।

କିଛି ନିର୍ଦ୍ଦିିଷ୍ଟ ଗଣମାଧ୍ୟମ ଶସ୍ତା ଲୋକପ୍ରିୟତା ଏବଂ ଅଧିକ ଲୋକ ଦେଖିବେ ଭାବି ଚିନ୍ତା କରି ଟୁଙ୍ଗୁର ଭୋଳକୁ ବିଭିନ୍ନ ଢଙ୍ଗରେ ଖବର ପରିବେଶଣ କଲେ । କିନ୍ତୁ ‘ଓଡିଶା ସମ୍ବାଦ’ ଏପରି ଶସ୍ତା ଲୋକପ୍ରିୟତା ପଛରେ ନପଡି ନିଜ ୱେବସାଇଟରେ ନା ଭିଡିଓ ପ୍ଲାଟଫର୍ମରେ କୌଣସି ପ୍ରକାର ଖବର ପରିବେଷଣ କରିନଥିଲ।। ଆଉ ପ୍ରଥମ ଗଣମାଧ୍ୟମ ଭାବରେ ଟୁଙ୍ଗୁରୁ ଭଳିଆ ବ୍ୟକ୍ତିର ଖବରକୁ ବିରୋଧ କରି ଖବର ପରିବେଷଣ କରିଥିଲ।। ପରେ ଏହି ଖବରକୁ ନେଇ ସାରା ମିଡିଆରେ ଆଲୋଚନା ହେବା ପରେ ଆଉ ପୂର୍ବପରି ଟୁଙ୍ଗୁରର ଲୋକପ୍ରିୟତା ନାହିଁ କି ଚର୍ଚ୍ଚା ବି ନାହିଁ ।

ଅଭିଜିତ ମଜୁମଦାର ଏକ ଭିଡିଓ ଜାରି କରି କହିଛନ୍ତି, ସେ ଟୁଙ୍ଗୁରୁ ଭୋଳକୁ ନେଇ ହୋଇଥିବା ଆଲବମ ତିଆରି କରି ନାହାନ୍ତି କି ଗୀତ ଲେଖିନାହାନ୍ତି । ସେ କିନ୍ତୁ ଗୀତଟିରେ କଣ୍ଠଦାନ କରିଥିଲେ । ହେଲେ ଏପରି ଏକ ଗୀତରେ କଣ୍ଠଦାନ କରିବା ପରେ ତାଙ୍କୁ ଅନେକ ଫୋନ୍ କରି ଏପରି ଗୀତକୁ ବିରୋଧ କରିଥିଲେ । ପରେ ନିଜର ଅଗଣିତ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ଆଖି ଆଗରେ ରଖି ଏପରି ଆଲବମକୁ ଡିଲିଟ୍ କରିଛନ୍ତି ବୋଲି କହିଛନ୍ତି । ଆଉ ଆଗାମୀ ଦିନରେ ନିଜର ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କୁ ଭଲ ଲାଗୁଥିବା ପରି ଗୀତ ଭେଟିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଆଗାମୀ ଦିନରେ ଜଗନ୍ନାଥଙ୍କ ଉପରେ ଏକ ଭଜନ ଗୀତ କରିବେ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଟୁଙ୍ଗୁରୁ ଭୋଳ ପାଇଁ ଅନେକ ଅଟୋ ଚାଳକ ସଂଘ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଟୁଙ୍ଗୁରୁ ଭଳି ଅଟୋ ଚାଳକଙ୍କ ପାଇଁ ସେମାନଙ୍କ ସହ ଯାତ୍ରୀ ଯିବା ଆସିବା କରିବାରେ ସଙ୍କୋଚ କରୁଛନ୍ତି । ତେଣୁ ଟୁଙ୍ଗୁରୁ ଭୋଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ଅଟୋ ସଂଘା

Leave A Reply

Your email address will not be published.