Latest Odisha News

BREAKING NEWS

ଶିଶୁ କବିତା : ଭଳିକି ଭଳି

ସୁବ୍ରତ କୁମାର ଜେନା

ଭଳିକି ଭଳି ପକ୍ଷୀଏ ଯେତେ
ଗାଇ ବୁଲନ୍ତି ଗୀତ
ଝରଣା ଆସି ପାହାଡ଼ ସାଥେ
ନିତି ବସଇ ମିତ ।।

ଭଳିକି ଭଳି ଫୁଲତ ଫୁଟି
ବାସ ଚହଟି ଯାଏ
ଗ୍ରୀଷ୍ମ ଆସେ ବରଷା ଆସେ
ସବୁ ହୃଦୟ ଛୁଏଁ ।।

ରାତି ପାହିଲେ ସକାଳ ହୁଏ
ଡାକଇ କାଉ କା’
ଘର ଅଗଣା କାମକୁ ସାରି
ଖୁଆଇ ଦିଏ ମା’ ।।

କୁନା-କୁନି ସବୁ ସଅଳ ଉଠି
କରନ୍ତି କସରତ
ଧୁଆ ଧୁଇ ହୋଇ ଖାଇଲେ ନିତି
ଦେହ ହୁଏ ମଜବୁତ ।।

ଗୁରୁଜନ କଥା ମାନିଲେ ସଦା
ଆସେନି ବିପଦ କେବେ
ବିପଦ ବେଳେ କାତର ନହୋଇ
ସାହସ ବାନ୍ଧିବ ସେବେ ।।

ଭଳିକି ଭଳି ପରାଜାପତି
ଫୁଲରୁ ଫୁଲ ଉଡେ
ଗ୍ରୀଷ୍ମ ଦିନେ ଗଛ ଡାଳରୁ
ଶୁଖିଲା ପତ୍ର ଝଡେ ।।

ମହୁ ମାଛିତ କଷଣ କରି
ମହୁ ସାଇତି ଯାଏ
ଆମପରି ସବୁ ମଣିଷ ଯେତେ
ମହୁ ତା’ ଆଣି ଖାଏ ।।

ଭଳିକି ଭଳି ଗଛ ଲଗାଇ
ଯତନ ନେଲେ ତାର
ଗଛ ବଢିଲେ ବରଷା ହେବ
ହେବ ଖାଦ୍ୟ ଅଭାବ ଦୂର ।।

ଭଳିକି ଭଳି ଋତୁତ ଆସି
ପୁଣି ଫେରିତ ଯାଏ
ଭଳିକି ଭଳି କେତେଯେ କଥା
ମନରେ ରହି ଯାଏ ।।

ଆମରି ଗାଁ ଆମରି ମା
ଟେକ ରଖିବ ତାଆରି ନାଁ
ଖରାପ କାମ ନକଲେ କେବେ
କାଳିଆ ହୋଇବେ ସାହା ।।

ଶୂରଡିହ,ନନ୍ଦିପୁର,ଯାଜପୁର
ଦୂରଭାଷ -୯୭୭୬୨୦୮୯୩୦ .

Leave A Reply

Your email address will not be published.