Latest Odisha News

BREAKING NEWS

କାହିଁକି ହଜିବାକୁ ଚାହାଁନ୍ତି ଅଭିଷେକ ବଚ୍ଚନ…

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ବର୍ତ୍ତମାନ୍ ତାଙ୍କ ଫିଲ୍ମ ହାଉସଫୁଲ ୫କୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଫିଲ୍ମରେ ତାଙ୍କ ଚରିତ୍ରକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।

ଏହା ମଧ୍ୟରେ ଅଭିଷେକ ନିଜ ସୋସିଆଲ ମିଡ଼ିଆରେ ଏପରି କିଛି ପୋଷ୍ଟ କରିଛନ୍ତି ଯାହା ତାଙ୍କ ପ୍ରଶଂସକ ମାନଙ୍କୁ ଚିନ୍ତାରେ ପକାଇଦେଇଛି। ଅଭିଷେକ ବଚ୍ଚନ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ଯେ ମୁଁ ଭିଡ଼ରେ ଅଦୃଶ୍ୟ ହୋଇ ନିଜକୁ ପୁଣି ଥରେ ଖୋଜିବାକୁ ଚାହୁଁଛି। ମୋ ପାଖରେ ଯାହା ସବୁ ଥିଲା ମୁ ସବୁ ମୋ ପସନ୍ଦର ଲୋକଙ୍କୁ ଦେଇସାରିଛି। ମୁଁ କେବଳ ମୋ ପାଇଁ କିଛି ସମୟ ଚାହୁଁଛି। ବେଳେବେଳେ ନିଜକୁ ପାଇବାକୁ ଚାହୁଁଥିଲେ ସମସ୍ତଙ୍କୁ ହରେଇ ବାକୁ ପଡ଼ିଥାଏ।

ତେବେ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକଙ୍କ ମାନେ କମେଣ୍ଟ କରିବା ସହ ତାଙ୍କୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ଆପଣ ଜଣେ ସୁପର  ଷ୍ଟାର  ଅଟନ୍ତି ଓ ସବୁବେଳେ ଏହିପରି ଚମକୁଥିବେ ବୋଲି କିଛି ୟୁଜର ଲେଖିଥିବା ବେଳେ ସେ ସବୁବେଳେ ଭଲରେ ରୁହନ୍ତୁ ବୋଲି ମଧ୍ୟ ୟୁଜର ଜଣକ ଲେଖିଥିଲେ।

 

Comments are closed.