Latest Odisha News

BREAKING NEWS

ବିଧାୟକଙ୍କ ସହି ଜାଲିଆତି ମାମଲାରେ ଅଭିଷେକ ବାନାର୍ଜୀଙ୍କୁ ପୁଣି CID ସମନ୍

କୋଲକାତା: ବିଧାୟକଙ୍କ ଦସ୍ତଖତ ଜାଲିଆତି ମାମଲାରେ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପରେ CIDର ଚାପ ବଢ଼ିଛି। ତୃତୀୟ ସମନ୍ ସତ୍ତ୍ୱେ ସେ ମଙ୍ଗଳବାର ଭବାନୀ ଭବନରେ ହାଜର ହୋଇନଥିଲେ।

 

ରିପୋର୍ଟ ଅନୁସାରେ, ଅଭିଷେକ ଏବେ ଦିଲ୍ଲୀରେ ଅଛନ୍ତି। ସେଠାରୁ ସେ CIDକୁ ଚିଠି ପଠାଇ ନିଜ ସ୍ଥିତି ଜଣାଇଛନ୍ତି। ତାଙ୍କ ପକ୍ଷରୁ ଆଇନଗତ ପ୍ରକ୍ରିୟା ଚାଲିଥିବା ଓ କୋଲକାତା ହାଇକୋର୍ଟରେ ମାମଲା ଶୁଣାଣି ଅପେକ୍ଷାରେ ଥିବା କଥା ଉଠାଯାଇଛି।

 

ଏହି ମାମଲା ରାଜ୍ୟ ବିଧାନସଭାରେ ବିରୋଧୀ ନେତା ଚୟନ ସମ୍ପର୍କିତ ଏକ ଚିଠିକୁ ନେଇ ଆରମ୍ଭ ହୋଇଥିଲା। ଟିଏମସି ପକ୍ଷରୁ ଦାଖଲ ହୋଇଥିବା ଚିଠିରେ କିଛି ବିଧାୟକଙ୍କ ଦସ୍ତଖତ ମେଳ ଖାଉନଥିବା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

 

CID ପକ୍ଷରୁ ଅଭିଷେକଙ୍କୁ ଭବାନୀ ଭବନରେ ହାଜର ହୋଇ ପଚରାଉଚରାରେ ସହଯୋଗ କରିବାକୁ କୁହାଯାଇଥିଲା। ଏହା ପୂର୍ବରୁ ମଧ୍ୟ ସେ ଦୁଇଟି ସମନ୍ ଏଡ଼ାଇଥିବା ଖବର ଆସିଥିଲା।

 

ଅନ୍ୟପଟେ, ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ତେଜିଛି। ଟିଏମସି ଏହାକୁ ରାଜନୈତିକ ଚାପ ବୋଲି ଦେଖୁଥିବା ବେଳେ ତଦନ୍ତକାରୀ ସଂସ୍ଥା ଅଭିଯୋଗର ସତ୍ୟତା ଖୋଜୁଛି। ଆଗକୁ CID କେଉଁ ପଦକ୍ଷେପ ନେବ, ତାହା ଉପରେ ନଜର ରହିଛି।

Leave A Reply

Your email address will not be published.