Latest Odisha News

BREAKING NEWS

ମମତାଙ୍କ ଘରେ ହଠାତ୍ ପହଞ୍ଚିଲା ସିଆଇଡି ଟିମ୍!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ହଇଚଇ ଦେଖାଦେଇଛି। ବଙ୍ଗଳା CIDର ଅଧିକାରୀମାନେ ମଙ୍ଗଳବାର କାଲିଘାଟର 30B ହରିଶ ଚାଟାର୍ଜୀ ଷ୍ଟ୍ରିଟରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବାସଭବନରେ ପହଞ୍ଚିଥିଲା। କାରଣ ଏଠି ଟିଏମସି ର ସେଣ୍ଟ୍ରାଲ କାର୍ଯ୍ୟାଳୟ ରହିଛି। ପଶ୍ଚିମବଙ୍ଗ ବିଧାନସଭାରେ ଦସ୍ତଖତ ଜାଲିଆତି ମାମଲାର ତଦନ୍ତ ପାଇଁ CID ଅଧିକାରୀମାନେ କାର୍ଯ୍ୟାଳୟ ତଲାସି କରିବାକୁ ଚାହୁଁଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଜଣେ ତୃଣମୂଳ କଂଗ୍ରେସ କର୍ମୀ ସେମାନଙ୍କୁ ପ୍ରବେଶ କରିବାକୁ ବାରଣ କରିଥିଲେ। ଯାହାପରେ ପ୍ରବଳ ଯୁକ୍ତିତର୍କ ହୋଇଥିଲେ। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀ ଉଭୟ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି।

ସୋମବାର CID ରାଜ୍ୟ ବିଧାନସଭାରେ କଥିତ ଜାଲିଆତି ଦସ୍ତଖତ ମାମଲା ସମ୍ପର୍କରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କୁ ତୃତୀୟ ହାଜିରା ନୋଟିସ ଜାରି କରିଥିଲା। ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ଏଜେନ୍ସିର ଭବାନୀ ଭବନ ମୁଖ୍ୟାଳୟରେ ତଦନ୍ତକାରୀଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ପୂର୍ବରୁ ଦୁଇଟି ସମନରେ ହାଜର ନହେବା ପରେ ଅଭିଷେକଙ୍କ ପାଇଁ ଆଉ ୨୪ ଘଣ୍ଟା ସମୟ ବୃଦ୍ଧି କରାଯାଇଥିଲା।

ତୃଣମୂଳ ସାଂସଦ CID କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ତାଙ୍କ ଆବେଦନର ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ସମନ ଆଦେଶକୁ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ କିନ୍ତୁ ତାଙ୍କ ଅନୁରୋଧକୁ ଗ୍ରହଣ କରାଯାଇ ନଥିଲା। କୋର୍ଟ ତାଙ୍କ ଆବେଦନର ଶୁଣାଣି ଜୁନ୍ ୧୦ ତାରିଖରେ କରିବେ ବୋଲି ଧାର୍ଯ୍ୟ କରିଛନ୍ତି।

 

Leave A Reply

Your email address will not be published.