Latest Odisha News

BREAKING NEWS

କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କଲେ ଅଭିଷେକ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଏଥିରେ ଭାରତର ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଶତକ ପରେ ସେ ୩୮ ସ୍ଥାନ ଉନ୍ନୀତ ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତିଳକ ବର୍ମା ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ହେଡ ୮୫୫ ରେଟିଂ ପଂଏଟ ହାସଲ କରିଥିବା ବେଳେ ଅଭିଷେକ ୮୨୯ ଓ ତିଳକ ୮୦୩ ପଂଏଟ ସହ ତାଙ୍କ ପଛକୁ ରହିଛନ୍ତି । ଫିଲ ସଲ୍ଟ ୪ର୍ଥ ଏବଂ ସୂର୍ଯ୍ୟକୁମାର ଯାଦବ ୫ମ ସ୍ଥାନରେ ରହିଛନ୍ତି । ଯଶସ୍ୱୀ ଜୈସୱାଲ ୨ଟି ସ୍ଥାନ ଖସି ୧୨ରେ ରହିଛନ୍ତି ।

ବୋଲିଂରେ ବରୁଣ ଚକ୍ରବର୍ତିଙ୍କ ଜବରଦସ୍ତ ଫାଇଦା ହୋଇଛି । ସେ ୩ଟି ସ୍ଥାନ ଉନ୍ନୀତ ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ । ୱେଷ୍ଟଇଣ୍ଡିଜର ଅକୀଲ ହୁସେନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପ୍ରଥମ ୧୦ଜଣଙ୍କ ମଧ୍ୟରେ ଭାରତର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ବରୁଣଙ୍କ ବ୍ୟତୀତ ରବି ବିଶ୍ନୋଇ(ଷଷ୍ଠ) ଓ ଅର୍ଶଦୀପ ସିଂ ୯ମ ସ୍ଥାନରେ ରହିଛନ୍ତି ।

Comments are closed.