ଭୁବନେଶ୍ୱର: ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି। ଅନଲାଇନ ପରେ ଅଫଲାଇନରେ ମଧ୍ଯ ଟିକେଟ୍ ବିକ୍ରୀ ହୋଇଛି।
ସୂଚନା ଅନୁଯାୟୀ, ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ। ୮ ତାରିଖରେ ଉଭୟ ଟିମ ଅଭ୍ୟାସ ପାଇ ବାରବାଟୀ ଯିବେ।
ଏହା ପୂର୍ବରୁ ସମୀକ୍ଷା ବୈଠକ କରିଛନ୍ତି ପୋଲିସ କମିଶନର ଏସ ଦେବ ଦତ୍ତ ସିଂ। ଏହି ଅବସରରେ ସେ କହିଛନ୍ତି, ସୁରକ୍ଷାକୁ ନଜରରେ ରଖି ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ। ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ନେଇ ଆଲୋଚନା ଚାଲିଛି।
ଏପରିକି ବିମାନବନ୍ଦରରୁ ହୋଟେଲ ଓ ହୋଟେଲରୁ ବାରବାଟୀ ଷ୍ଟାଡିୟମକୁ ଯିବା ଆସିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ସେହିପରି ଷ୍ଟାଡିୟମକୁ ପାଣି ବୋତଲ ନେଇ ଯିବାକୁ ବାରଣ କରାଯାଇଛି ବୋଲି କମିଶନର କହିଛନ୍ତି। ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ।
Comments are closed.