Latest Odisha News

BREAKING NEWS

ବୁନ୍ଦାଏ ପାଣି ବି ନଷ୍ଟ କରୁନାହାନ୍ତି ଆବିଦ୍, ଘର ଘର ବୁଲି ଫ୍ରିରେ କରୁଛନ୍ତି ଲୋକଙ୍କ ଲିକ୍ କରୁଥିବା ପାଣି ଟ୍ୟାପ୍ 

ପ୍ରତ୍ୟେକ ଦିନ ଭାରତରେ କୋଟି କୋଟି ଲିଟର ପାଣି ବର୍ବାଦ ହୁଏ । କିନ୍ତୁ ଲୋକେ ଏଥିପ୍ରତି ଧ୍ୟାନ ଦିଅନ୍ତି ନି । ଏହାପରେ ଗୋଟିଏ ସମୟ ଏମିତି ଆସେ ସେତେବେଳେ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହୁଅନ୍ତି । ଏମିତି କିଛି ଦୃଶ୍ୟ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳେ ମୁମ୍ବାଇରେ । 

ଜଳକଷ୍ଟ ଦୂର କରିବାକୁ ଆଗେଇ ଆସିଛନ୍ତି ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଆବିଦ୍ ସୁରତୀ । ପେସାରେ ସେ ଜଣେ କମ୍ୟୁନିଷ୍ଟ, ପେଣ୍ଟର, ଲେଖକ ଓ ପରିବେଶବିତ୍ । ମୁମ୍ବାଇର ମୀରା ରୋଡ ଅଞ୍ଚଳରେ ସବୁ ରବିବାର ଆଦିତ ଏକ ପ୍ଳମ୍ବରକୁ ନେଇ ଘର ଘର ବୁଲି ବୁଲି ଲୋକଙ୍କ ପାଖକୁ ଯାଆନ୍ତି । ଆଉ ସେମାନଙ୍କ ଘରେ ଲିକ୍ କରୁଥିବା ପାଣି ଟ୍ୟାପ୍ ଠିକ୍ କରନ୍ତି । ତାହା ବି ଫ୍ରିରେ । 

ପିଲାବେଳୁ ଜଳ ସଙ୍କଟକୁ ଅତି ନିକଟରୁ ଦେଖିଛନ୍ତି ଆବିଦ୍ । ୨୦୦୦ ମସିହାର କଥା ଆବିଦ୍ ନିଜର ଜଣେ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଏତିକିବେଳେ ନଜର ପଡିଲା ସାଙ୍ଗ ଘରେ ଥିବା ଲିକ୍ ହେଉଥିବା ଟ୍ୟାପ୍ ଉପରେ । ଏହା ତାଙ୍କୁ ଖୁବ୍ ଆନ୍ଦୋଳିତ କଲା । ଆବିଦ୍ ଅନେକ ଆର୍ଟିକିଲ ପଢିଲେ ଆଉ ଜଳ କଷ୍ଟକୁ ନେଇ ରିସର୍ଚ୍ଚ କରିବା ଆରମ୍ଭ କଲେ । ଆବିଦ ଜାଣିବାକୁ ପାଇଲେ ଯଦି ଗୋଟିଏ ବୁନ୍ଦା ପାଣି ପ୍ରତି ସେକେଣ୍ଡରେ ବର୍ବାଦ ହୁଏ, ତେବେ ପ୍ରତି ମାସରେ ୱେଷ୍ଟ ହୁଏ ପାଖାପାଖି ୧ ହଜାର ଲିଟର ପାଣି । ବାସ୍ । ଏହି ତଥ୍ୟ ହିଁ କାଫି ଥିଲା ଆବିଦଙ୍କ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିବା ପାଇଁ । ଆବିଦ ସେହି ଦିନ ଶପଥ ନେଲେ ବୁନ୍ଦାଏ ପାଣିକୁ ବି ନଷ୍ଟ ହେବାକୁ ଦେବେନି । ଆବିଦ୍ Drop Dead Foundation ନାମକ ଏକ ଏନଜିଓ ତିଆରି କଲେ । 

ଆବିଦଙ୍କ ଟିମରେ ଜଣେ ପ୍ଳମ୍ବର ଓ ଜଣେ ଭଲ୍ୟୁଣ୍ଟିଅର ଅଛନ୍ତି । ଯାହାଙ୍କର କାମ ଘର ଘର ବୁଲି ପାଣି ନଷ୍ଟ ନ କରିବାକୁ ଲୋକଙ୍କୁ ସଚେତନ କରାଇବା । ଆବିଦଙ୍କ କାମରେ ପ୍ରେରିତ ହୋଇ ମୀରା ରୋଡ ସହ ମୁମ୍ବାଇର ଅନେକ ଜାଗାରେ ଗୋଟିଏ ଗୋଟିଏ ଗ୍ରୁପ ସ୍ବେଚ୍ଛାକୃତ ଭାବେ ଏହି କାମରେ ଲାଗିଛନ୍ତି । 

ପ୍ରଥମରୁ ଏହି ଅଭିଯାନ ଚଳାଇବାକୁ ଅର୍ଥ ସାଜିଥିଲା ପ୍ରତିବନ୍ଧକ । ଏତିକି ବେଳେ ହିନ୍ଦୀ -ସାହିତ୍ୟ ସଂସ୍ଥାର ୟୁପି ତରଫରୁ ଆବିଦଙ୍କୁ ମିଳିଲା ଏକ ଲକ୍ଷ ଟଙ୍କାର ପୁରସ୍କାର । ଏହି ଟଙ୍କା ଆବିଦଙ୍କୁ ଖୁବ୍ ସାହାଯ୍ୟ କରିଥିଲା ଜଳ ସଂରକ୍ଷଣ ଅଭିଯାନକୁ ଆଗେଇ ନେବାକୁ । ସେବେଠାରୁ ଆବିଦଙ୍କ ମିଶନ ଚାଲିଛି ଯେ ଚାଲିଛି । ଏକ ଆକଳନ ଅନୁସାରେ ଆବିଦ ଆଜି ପର୍ଯ୍ୟନ୍ତ ନିଜ ପ୍ରଚେଷ୍ଠାରେ ପାଖାପାଖି ୬୦ ଲକ୍ଷ ଲିଟର ପାଣି ବର୍ବାଦ ହେବାରୁ ଅଟକାଇ ପାରିଛନ୍ତି । 

Leave A Reply

Your email address will not be published.