Latest Odisha News

BREAKING NEWS

ଶାହାରୁଖଙ୍କ ପୁତ୍ର ଅବରାମଙ୍କୁ ବ୍ଲାକବେଲ୍ଟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଅବରାମ ଟାଏକାଣ୍ଡୋରେ ବ୍ଲାକ ବେଲ୍ଟ ପାଇଛନ୍ତି । ଦୀର୍ଘ ଦିନ ଧରି ସେ କଠିନ ପରିଶ୍ରମ କରି ମାର୍ଶିଆଲ ଆର୍ଟ ଶିକ୍ଷା କରୁଥିଲେ ।

ଦୀର୍ଘଦିନ ପରେ ଶାହାରୁଖ ତାଙ୍କ ପୁଅ ସହ ସୋସିଆଲ ନେଟୱିର୍କିଂ ସାଇଟରେ ଫଟୋ ଶେୟାର କରିଛନ୍ତି । ତୁମେ କଠିନ ପରିଶ୍ରମ କରିବାରୁ ସଫଳ ହେଲେ, ଆଗକୁ ଏହା ବଜାୟ ରଖ ବୋଲି ସେ ଲେଖିଛନ୍ତି ।

ଯାହା ଲାଗୁଛି ପିଲାମାନେ ମୋଠାରୁ ଅଧିକ ପୁରସ୍କାର ତାଙ୍କ ଜୀବନରେ ଜିତିବେ । ସେମାନଙ୍କ ନିକଟରେ ଭଲ ବାପା ହେବାକୁ ହେଲେ ମୋତେ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଜିରୋ ଫିଲ୍ମ ଫ୍ଲପ ହେବା ପରଠାରୁ ଶାହାରୁଖ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ପ୍ରଶଂସକମାନେ ତାଙ୍କ ପ୍ରତ୍ୟାବର୍ତନ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.