Latest Odisha News

ଭାରତକୁ ପରୋକ୍ଷରେ ଯୁଦ୍ଧ ଧମକ ଦେଲା ଚୀନର ଗ୍ଲୋବାଲ ଟାଇମ୍ସ

ନୂଆଦିଲ୍ଲୀ: ପୁନର୍ବାର ବିଷ ଓଗାଳିଛି ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ । ସୀମା ବିବାଦ ନେଇ ଉଭୟ ଦେଶ ମଧ୍ୟରେ ୧୩ତମ ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଛି । ଉଭୟ ପକ୍ଷରୁ ଏ ପର୍ଯ୍ୟନ୍ତ ସହମତି ହୋଇପାରି ନାହାନ୍ତି । ଗ୍ଲୋବାଲ ଟାଇମ୍ସକୁ ଭାରତକୁ ଧମକ ଦେଇ ଲେଖିଛି ଯଦି ଭାରତ ଆଗ ଯୁଦ୍ଧ ଆରମ୍ଭ କରେ ତାହାହେଲେ ନିଶ୍ଚିତ ଭାବେ ହାରିବ । ଅପରପକ୍ଷରେ ଏହି ପତ୍ରିକାରେ ଚୀନକୁ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପରାମର୍ଶ ଦେଇଛି ।

BjdElectrycity

ଭାରତ ବିପକ୍ଷରେ ସମସ୍ତ ପ୍ରକାର ସୈନ୍ୟ ସଂଘର୍ଷ ପାଇଁ ସତର୍କ ରହିବାକୁ କୁହାଯାଇଛି । ଭାରତ ବାରମ୍ବାର ଅନୁଚିତ ଦାବୀ ରଖୁଥିବାରୁ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ିପାରୁ ନାହିଁ । ଚୀନ ସର୍ବଦା ବାସ୍ତବିକ ସ୍ଥିତି ବଦଳାଇବା ପାଇଁ ଉଦ୍ୟମ କରୁଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.