ଭୁବନେଶ୍ବର: ଭୁବନେଶ୍ବର ଇନ୍ଦିରା ହାଉସିଂ କଲୋନୀରେ ଅଭାବନୀୟ ଘଟଣା ଘଟିଛି । ଡ୍ରେନ ଖୋଳିବାବେଳେ ଅଘଟଣ ଘଟିଛି । ଡ୍ରେନ ଖୋଳା କାମ ଚାଲିଥିବାବେଳେ ଡ୍ରେନ କଡରେ ଥିବା ନୀଳକଣ୍ଠେଶ୍ବର ମନ୍ଦିରର ପାଚେରୀଟି ଭୁଶୁଡି ପଡିଛି । ଫଳରେ ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏବଂ ଆଉ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ନୟାଗଡର ନବକିଶୋର ନାୟକ ବୋଲି ଜଣାପଡିଛି । ଏବଂ ଗୁରୁତର ଆହତ ହୋଇଥିବା ଶ୍ରମିକ ନୟାଗଡ ଗୋଡିପଡାର ବୁଦ୍ଧୁରାମ ଦାସ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତରଙ୍କର ପତ୍ତା ମିଳିନି । ତେବେ ଡ୍ରେନ ଖୋଳା କାମ ଚାଲିଥିବାବେଳେ କିପରି ମନ୍ଦିରର ପାଚେରୀ ଭୁଶୁଡିଲା , ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
BREAKING NEWS
- Abhijeet Dipke: NDAରେ ଯୋଗଦେବେ କି ଅଭିଜିତ୍ ଦୀପକେ? ଅଫର ନେଇ କିଛି ଏମିତି କହିଦେଲେ…
- Snake in Toilet: ଶୌଚାଳୟ ପ୍ୟାନ୍ ଭିତରେ ଲୁଚିଥିଲା ୭ ଫୁଟ୍ର ବିଷଧର ସାପ, ଭୟରେ ଥରିଲା ପୂରା ପରିବାର…ଭିଡିଓ ଭାଇରାଲ୍
- ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ବଢୁଛି ବନ୍ୟା ଆଶଙ୍କା…
- US Fentanyl Crisis: ଆମେରିକା ନିଦ ହଜାଇଲାଣି ଭାରତର ଏହି ସହର…!
- ପେଟରେ ଫସିଥିବା ଗ୍ୟାସ୍ ଯନ୍ତ୍ରଣାର କାରଣ ଏବଂ ଏଥିରୁ ମୁକୁଳିବାର ସହଜ ଉପାୟ
- ଲାଭ ବଢ଼ାଇବା ଲକ୍ଷ୍ୟରେ ଜେପ୍ଟୋ: ବଢ଼ିଲା ଫ୍ରି ଡେଲିଭରି ପାଇଁ ସର୍ବନିମ୍ନ ଅର୍ଡର ମୂଲ୍ୟ
- ଆମେରିକା-ଇରାନ ବିବାଦ: ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ? ନୂଆ ତଥ୍ୟ କଲା ଖୁଲାସା
- ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ
- ଆମେରିକା-ଇରାନ ଯୁଦ୍ଧ ଆଶଙ୍କା: କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର
- ଜେନ-ଜି ରାସ୍ତା ଆପଣାଇଲେ କ’ଣ ହେବ? ଜାତିଭିତ୍ତିକ ଜନଗଣନାକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ଚେତାବନୀ

Comments are closed.