Latest Odisha News

ରାତିରେ ବେସିନରେ ପକେଇ ରଖୁଛନ୍ତି କି ଅଇଁଠା ବାସନ, ତେବେ ହୋଇଯାଆନ୍ତୁ ସାବଧାନ୍…

ଭୁବନେଶ୍ଵର: ଆମ ଦେଶରେ ଦୈନନ୍ଦିନ କାର୍ଯ୍ୟ ସହ ଜଡ଼ିତ ଅନେକ ପରମ୍ପରା ରହିଛି । ଯେପରି ସକାଳୁ ଉଠିବା, ମନ୍ଦିରକୁ ଯିବା କିମ୍ବା କେବଳ ଗାଧୋଇବା ପରେ ପୂଜା କରିବା, ଘରକୁ ସଫା ସୁତୁରା ରଖିବା, ରାତିରେ ଅଇଁଠା ବାସନ ନରଖି ଧୋଇଦେବା ଇତ୍ୟାଦି । ପ୍ରତ୍ୟେକ ପରମ୍ପରା ପଛରେ ନିଶ୍ଚିତ ଭାବରେ କିଛି ବୈଜ୍ଞାନିକ କାରଣ ମଧ୍ୟ ଅଛି । କିଛି ଲୋକ ଖାଇ ସାରିବା ପରେ ବାସନକୁ ପରଦିନ ପର୍ଯ୍ୟନ୍ତ ସେମିତି ଅଇଁଠା ଛାଡିଦିଅନ୍ତି । କିନ୍ତୁ ଏହା କରିବା କେତେ ଯେ କ୍ଷତି କାରକ ତାହା ଆପଣ ଜାଣିନାହାନ୍ତି। ତେବେ ଆସନ୍ତୁ ଜାଣିବା ଏପରି କରିବା ଦ୍ୱାରା କଣ ସବୁ କ୍ଷତି ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଅଇଁଠା ବାସନ ରାତି ସାରା ପକାଇ ରଖିଲେ, ପରିବାର ଉପରେ ଏହାର ଖରାପ ପ୍ରଭାବ ପଡ଼ିବା ସହ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏପରିକି ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ ଝଗଡ଼ା ସୃଷ୍ଟି ହୋଇଥାଏ । ଘରର ଲୋକେ ମିଳିମିଶି ରହିନଥା’ନ୍ତି । ଯଦି ଆପଣ ରାତିସାରା ବାସନକୁ ଅଇଁଠା ପକାଇ ରଖୁଛନ୍ତି, ତେବେ ଘରେ ଥିବା ସକାରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇ ଯାଇଥାଏ । ତେଣୁ ଅଇଁଠା ବାସନ ଘରେ ପକାଇ ନ ରଖିବା ପାଇଁ ବାସ୍ତୁ ଶାସ୍ତ୍ର ବିଶାରଦମାନେ ପରାମର୍ଶ ଦେଇଥା’ନ୍ତି । କୁହାଯାଏ, ମା’ ଲକ୍ଷ୍ମୀ ସଫାସୁତୁରା ଘରେ ହିଁ ବାସ କରନ୍ତି । ଏଣୁ ଅଇଁଠା ବାସନ ପଡ଼ି ରହିବା ଯୋଗୁ ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ବ୍ୟବସାୟରେ କ୍ଷତି ହେବା ସହ ଆପଣ କରିବାକୁ ଚାହୁଁଥିବା ନୂଆ କାର୍ଯ୍ୟରେ ମଧ୍ୟ ଅସଫଳ ହୋଇଥା’ନ୍ତି  ।

ବୈଜ୍ଞାନିକ ଦୃଷ୍ଟିକୋଣରୁ, ରାତିସାରା ଅଇଁଠା ବାସନ ପଡ଼ି ରହିବା ଦ୍ୱାରା ସେଥିରୁ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି । ଏହି ବ୍ୟାକ୍ଟେରିଆ ବାସନ ସଫା କଲା ପରେ ମଧ୍ୟ ବାସନରୁ ଯାଇ ନ ଥା’ନ୍ତି । ଆଉ ସଫା କରିବା ପରେ ମଧ୍ୟ ଏହି ସବୁ ବାସନରେ ଖାଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ ।

 

Leave A Reply

Your email address will not be published.