Latest Odisha News

BREAKING NEWS

ଜମ୍ମୁ ଜେଲ୍ ଡିଜିଙ୍କୁ ହତ୍ୟା ଘଟଣା, ରୋଷେୟା ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କ ହତ୍ୟା ଘଟଣାରେ ପୋଲିସ ରୋଷେୟାକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ୟାସିରକୁ କନାଚକ ଅଞ୍ଚଳର ଏକ ଚାଷଜମିରୁ ଗିରଫ କରିଛି । ଅଭିଯୁକ୍ତ ଚାଷଜମିରେ ଯାଇ ଲୁଚିଥିବା ବେଳେ ପୋଲିସ ଗିରଫ କରିଛି ।

ହେମନ୍ତ ଲୋହିଆଙ୍କୁ ହତ୍ୟା ପରେ ପୋଲିସ ଆଜି ସକାଳେ ୟାସିର ବିଷୟରେ ସୂଚନା ଦେଇଥିଲା । କହିଥିଲା, ୟାସିର ମାନସିକ ଅବସାଦ ଭିତରେ ଅଛି । ଏଥିସହ ୟାସିର୍ ଲେଖିଥିବା ଡାଏରୀକୁ ମଧ୍ୟ ପ୍ରମାଣ ମଧ୍ୟ ଦେଖାଇଥିଲା ପୋଲିସ ।

ୟାସିରର ଫଟୋ ଜାରି କରିବା ସହ ତାକୁ ଦେଖିଲେ ଲୋକେ ପୋଲିସକୁ ସୂଚନା ଦେବାକୁ କୁହା ଯାଇଥିଲା । ସୂଚନା ଅନୁସାରେ, ହେମନ୍ତ ଲୋହିଆଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ୟାସିର୍ । ଗତ ୬ ମାସ ହେଲା ସେ ଜେଲ୍ ଡିଜିଙ୍କ ଘରେ ରୋଷେୟା ଭାବେ କାମ କରୁଥିଲା ।

ତେବେ ପ୍ରାଥମିକ ତଦନ୍ତରୁ ଏ ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଜଣାପଡ଼ିନାହିଁ । କିନ୍ତୁ ଏଯାଏ ପୋଲିସ ଆତଙ୍କବାଦୀ ଲିଙ୍କ୍ ଥିବା କଥାକୁ ଖଣ୍ଡନ ମଧ୍ୟ କରିନାହିଁ । ପୋଲିସ ମାରଣାସ୍ତ୍ରକୁ ଜବତ କରିବା ସହ ୟାସିରକୁ ଜେରା କରୁଛି ।

Leave A Reply

Your email address will not be published.