Latest Odisha News

୧୫ ଭିତରେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାସନ୍‌କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୪ ଦିନ ସମୟ ରହିଛି। ୧୫ ତାରିଖ ଭିତରେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ରାସନ୍ କାର୍ଡ ଇ-କେୱାଇସି ଅପଡେଟ ପାଇଁ ଆବେଦନ ନକରିଥିଲେ ଆଉ ମିଳିବନି ସୁଯୋଗ। ଆସନ୍ତା ୧୫ ତାରିଖ ରାସନ କାର୍ଡ ଇ-କେୱାଇସି ପାଇଁ ଆବେଦନର ଶେଷ ତାରିଖ। ଏହାପରେ ଆଉ ସମୟ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ ଇ-କେୱାଇସି କରି ନାହାଁନ୍ତି।

ଯେଉଁମାନେ ଇକେୱାଇସି ନ କରିବେ ତାହା ସରେଣ୍ଡର କରାଗଲା ବୋଲି ଧରି ନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ରାସନ କାର୍ଡ ଦିଆଯିବ। ସେହିପରି ଯେଉଁ ସରକାରୀ ଅଫିସରମାନେ ରାସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରିଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। ସରେଣ୍ଡର ପିରିୟଡ ଶେଷ ହୋଇଯିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରିନଥିବେ। ତେବେ ସେମାନଙ୍କ ବିରୋଧରେ ସରକାର ନିଶ୍ଚିତ ଭାବେ ଆକ୍ସନ ନେବେ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

 

Comments are closed.