Latest Odisha News

୨ କଏଦୀ ଫେରାର ଘଟଣା: ଗତକାଲି ତଦନ୍ତ ଆଜି ଆକ୍ସନ

ବଲାଙ୍ଗୀର: କାଲି କଲେ ତଦନ୍ତ, ଆଜି ନେଲେ ଆକ୍ସନ । ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣା । ଟିଟିଲାଗଡ଼ ଜେଲ୍ ୱାର୍ଡେନ ଦାନୀ ଦୋରାଙ୍କୁ ସସ୍‌ପେଣ୍ଡ କଲେ ଡିଆଇଜି । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ଡିଆଇଜି କୁଳମଣି ବେହେରା । ଗତକାଲି ତଦନ୍ତ ପାଇଁ ଟିଟିଲାଗଡ଼ ଜେଲ୍‌ରେ ପହଞ୍ଚିଲେ ଜେଲ୍‌ ବିଭାଗ ସହ ବଲାଙ୍ଗିର ଜେଲ୍‌ ଅଧୀକ୍ଷକ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଜେଲ ଓ୍ବାଡେନଙ୍କ ସହ ଅନ୍ୟ କର୍ମଚାରଙ୍କୁ ଘଟଣା ବାବଦରେ ପଚରାଉଚରା କରିଥିଲେ । କାର୍ଯ୍ୟରେ ଅବହେଳା ପାଇଁ କଏଦୀ ଜେଲ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ମଧ୍ୟ କହିଥିଲେ । ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ ଡେଇଁ ଉଭୟେ ଫେରାର ମାରିଥିଲେ ୨ କଏଦୀ।

ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା । ଅନ୍ୟଜଣେ ହେଲେ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ସୁମିତ ବିହାରୀ  । ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ ଡେଇଁ ଉଭୟେ ଫେରାର ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି । ଟିଟିଲାଗଡ଼ ଥାନାରେ ଏନେଇ ଅଭିଯୋଗ ହୋଇଛି । ଉଭୟ ଜେଲରଙ୍କ ଅତି ବିଶ୍ବସ୍ତ ହୋଇଥିବା ନେଇ ଆଲୋଚନା ହେଉଛି । ଏପରିକି ଶୋଭାବନ ଜେଲ ପାଚେରି ବାହାରେ ଜଲରଙ୍କ ଘର କାମ କରୁଥିବା ବେଳେ ସୁମିତ ଜେଲର ସର୍ଦ୍ଦାର ଭଳି ଥିଲେ । ତାଙ୍କ ଇସାରାରେ ସବୁ କିଛି ଚାଲିଥିଲା ବୋଲି ଆଲୋଚନା ହେଉଛି । ଏନେଇ ଜେଲରଙ୍କୁ ପଚାରିବାରୁ ଉଭୟେ ଅଫିସରେ କମ୍ପ୍ୟୁଟର କାମ କରୁଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.