Latest Odisha News

BREAKING NEWS

ନଟି ହିରୋଙ୍କ ଡାଟି ଷ୍ଟୋରୀ, ଏମ ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନଟି ହିରୋଙ୍କ ଡାଟି ଷ୍ଟୋରୀ । ଟିଭି ସିରିଏଲ ଅଭିନେତା ଏମ ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ । ସିରିଏଲ ଅଭିନେତାଙ୍କ ଲଭ ସେକ୍ସ ଧୋକ୍କା । ବିବାହ ପ୍ରତିଶ୍ରୁତି ଦେଇ ଅଭିନେତ୍ରୀକୁ ଦେଲେ ଧୋକ୍କା। ଶେଷରେ ହିରୋର ହେଟ ଷ୍ଟୋରୀର‌ ପେଡି ଖୋଲିଲେ ଅଭିନେତ୍ରୀ।

ପାହାଳ ଥାନାରେ ଅଭିଯୋଗ ପରେ ଶେଷରେ ହିରୋକୁ ଗିରଫ କରିଛି କମିସନରେଟ ପୋଲିସ। ସିରିଏଲ ଆକ୍ଟର ଏମ ସୁମନ କୁମାରଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ। ପାହାଳ ଥାନାଧିକାରିଙ୍କ ସୁଚନାନୁସାରେ ଜଣେ ଅଭିନେତ୍ରୀ ଅଭିଯୋଗ କରିଥିଲେ ଏମ ସୁମନ କୁମାର ଅଭିନେତ୍ରୀଙ୍କ ସହ ୨ବର୍ଷ ଧରି ଲିଭ ଇନରେ ଥିଲେ । ପରେ ଏନେଇ ଅଭିନେତ୍ରୀଙ୍କୁ ବିବାହ କରିବାର‌ ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ପରେ କିନ୍ତୁ ଧୋକ୍କା ଦେଇଥିଲେ।

ଯୁବତୀ ଜଣଙ୍କ ଅଭିନେତାଙ୍କୁ ବିବାହ କରିବାକୁ କହିବାରୁ ସମୁନ କିନ୍ତୁ ଆଉ ଧରା ଛୁଆଁ ଦେଉନଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ହିରୋକୁ ଗିରଫ କରାଯାଇଛି।ତେବେ ଅଭିନେତା ଜଣଙ୍କ ଅନେକ ସିରିଏଲରେ ଅଭିନେତା ଭାବେ କାମ କରିଛନ୍ତି।

Leave A Reply

Your email address will not be published.