Latest Odisha News

BREAKING NEWS

କରୋନା ସଙ୍କଟ ସମୟରେ ସିନେ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ ଅଭିନେତା ଚନ୍ଦନ କର

ଭୁବନେଶ୍ୱର: ଏହି ସଙ୍କଟ ସମୟରେ ଲୋକଙ୍କ ସାହାଯ୍ୟ କାରିବାକୁ ଆଗେଇ ଆସୁଛନ୍ତି ବିଭିନ୍ନ ଅଭିନେତା । ବଲିଉଡରେ ସୋନୁ ସୁଦ ଓଲିଉଡ଼ରେ ସବ୍ୟସାଚୀଙ୍କ ପରେ ଏବେ ଆଉ ଜଣେ ଓଡ଼ିଆ ସିନେ ତାରକାଙ୍କ ବାଦାନ୍ୟତା ସମ୍ନାକୁ ଆସିଛି।

ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ “କର ଫାଉଣ୍ଡେସନ୍‌”ର ଅଧ୍ୟକ୍ଷ ଚନ୍ଦନ କରଙ୍କ ଦ୍ୱାରା ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ସିନେ ଶ୍ରମିକ ଯଥା – ଟେକ୍ନିସିଆନ୍‌, ସ୍ପଟ୍‌ବୟ, ମେକପ୍‌ମ୍ୟାନ୍‌, ଫାଇଟର୍ ବଏ୍‌, ଲାଇଟ୍‌ବଏ୍ ପ୍ରଭୃତିଙ୍କୁ ରାସନ୍ ପ୍ରଦାନ କରାଯାଉଛି । ସରକାରଙ୍କ ଦ୍ୱାରା ଜନଗହଳି କରିବାକୁ ମନା ଥିବାରୁ ସାମାଜିକ ଦୂରତା ଅବଲମ୍ବନ କରି ପର୍ଯ୍ୟାୟକ୍ରମେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ କିଛି ସିନେ ଶ୍ରମିକଙ୍କୁ ଏକତ୍ରିତ କରି ଅତ୍ୟାବଶ୍ୟକୀୟ ରାସନ୍ ବଣ୍ଟନ କରାଯାଇଥିବା ସୂଚନା ମିଳିଛି । ସିନେ ଶ୍ରମିକମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇ ନଥିବାରୁ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି ଓ ଲକ୍‌ଡାଉନ୍ ପରଠାରୁ ସିନେମା ସୁଟିଂ ବନ୍ଦ ଥିବାରୁ ଏହି ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଚନ୍ଦନଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଶ୍ରମିକମାନେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି । ସମାଜସେବା ପାଇଁ ବହୁ ପୂର୍ବରୁ ଜନମାନସରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଚନ୍ଦନ । ନନ୍ଦନକାନନରେ କିଛି ପଶୁଙ୍କୁ ପୋଷ୍ୟରୂପେ ଗ୍ରହଣ କରିବା, ବସ୍ତି ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଯତ୍ନ ନେବା ଓ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ।

Leave A Reply

Your email address will not be published.