Latest Odisha News

BREAKING NEWS

୨୯ ବିଏସଏଫ୍ ଯବାନଙ୍କ ସହ ମାଲକାନଗିରିରେ ୩୬ କରୋନା ପଜିଟିଭ

ମାଲକାନଗିରି: ମାଲକାନଗିରିରେ ବିଏସଏଫ୍ ଯବାନଙ୍କଙ୍କ ସମେତ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମଙ୍ଗଳବାର ଦିନ ଏକ ଟୁଇଟ୍ କରି କହିଛନ୍ତି ଯେ ବିହାର, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଡ୍ୟୁଟିରୁ ଫେରିଥିବା ୨୯ ବିଏସଏଫ କର୍ମଚାରୀଙ୍କୁ ମାଲ୍ୟବନ୍ତ ବାଳକ ହଷ୍ଟେଲ, ଜୁନିଅର ସାଇନ୍ସ କଲେଜ ଏବଂ ବାଳିକା ହଷ୍ଟେଲରେ ରଖାଯାଇଛି।

ସେହିପରି ଅନ୍ୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଚାରିଜଣ ଏମଭି-୭ ଅଞ୍ଚଳର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରୁ ଚିହ୍ନଟ କରାଯାଇଥିଲା। ଯେଉଁମାନେକି ନିକଟ ଅତୀତରେ ତାମିଲନାଡୁ ଏବଂ ନୂଆଦିଲ୍ଲୀରୁ ଫେରିଥିଲେ। କୋରୁକୋଣ୍ଡା ବ୍ଲକର ଏମଭି -୧୨ରୁ ଅନ୍ୟ ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନେ ନୂଆଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ।

Leave A Reply

Your email address will not be published.