Latest Odisha News

BREAKING NEWS

ଚୀନରେ ନୂତନ ପ୍ରକାର ସ୍ୱାଇନ ଫ୍ଲୁ ଭୂତାଣୁ ଚିହ୍ନଟ: ଗବେଷକଙ୍କ ଆଶଙ୍କା ମହାମାରୀ ସୃଷ୍ଟି କରାଇପାରେ

ବେଜିଂ:ଚୀନ ବିଶ୍ୱକୁ ନୂଆ ନୂଆ ରୋଗ ଦେବାରେ ବୋଧହୁଏ ରେକର୍ଡ କରିବ । ରିପୋର୍ଟ ମୁତାବକ କରୋନା ଭାଇରସ ପରେ ଏଠାରେ ଜି-୪ ନାମକ ଭୂତାଣୁ ଚିହ୍ନଟ କରାଯାଇଛି । ଗବେଷକଙ୍କ ଆଶଙ୍କା ଏହି ଭୂତାଣୁ ମହାମାରୀ ସୃଷ୍ଟି କରାଇପାରେ । ୨୦୦୯ରେ ମହାମାରୀ ସାଜିଥିବା ଏଚ୧ଏନ୧ ସ୍ୱାଇନ ଫ୍ଲୁର ଏହା ଆନୁବଂଶିକ ରୂପ ।ମଣିଷର ରୋଗ ପ୍ରତିରୋଧକ ଶକ୍ତି ଜି-୪ ଆଗରେ ହାର ମାନୁଛି ବୋଲି ଗବେଷକମାନେ କହିଛନ୍ତି । ଏହା ପ୍ରଣୀଙ୍କଠାରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ ।

ମଣିଷଠାରୁ ମଣିଷକୁ ବ୍ୟାପୁଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଆମେରିକାର ବିଜ୍ଞାନ ପତ୍ରିକା ପିଏନଏଏସରେ ଏ ନେଇ ତଥ୍ୟ ଭିତିକ ଲେଖା ପ୍ରକାଶ ପାଇଛି ।

Leave A Reply

Your email address will not be published.