Latest Odisha News

BREAKING NEWS

ଅଭିନେତା ହରିଶ ମେଗନଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ହରିଶ ମେଗନଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ବୟସାଧିକ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ବହୁ କଳାକାର ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଏନେଇ ବଲିଉଡ଼ ଇଣ୍ଡଷ୍ଟିଜ୍‌ରେ ଶୋକର ଛାୟା ଖେଳିଯାଇଛି ।

BjdElectrycity

୧୯୪୬ ମସିହା ଡ଼ିସେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ହରିଶ । ସେ ପିଲାଦିନରୁ ଅଭିନୟ କରିବାକୁ ଆଗ୍ରହ ରଖିଥିଲେ । ୧୯୭୪ ମସିହାରେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ସ୍ନାତକତ୍ତୋର ଶେଷ କରିବା ପରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ଫିଲ୍ମରେ ସେ ପ୍ରାୟତଃ ସହ କଳାକାର ଭାବରେ କାମ କରିଥିଲେ । ହେଲେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ଫିଲ୍ମ ଗୋଲମାଲ, ନମକ ହଲାଲ, ଚୁପକେ ଚୁପକେ, ଖୁସବୁ, ଇନକାର, ମୁକଦ୍ଦର କା ସିକନ୍ଦର, ଶେହନସା ଆଦିରେ ଅଭିନୟ କରିଥିଲେ । ଗୋଲମାଲରେ ତାଙ୍କର ଅଭିନୟକୁ ଲୋକେ ବହୁତ ପସନ୍ଦ କରିଥିଲେ । ତାଙ୍କର ଚରିତ୍ର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲା ।

ଫିଲ୍ମରେ ଭଲ ଅଫର ନ ମିଳିବାରୁ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇ ‘ହରିଶ ମେଗନ୍ ଆକ୍ଟିଂ ଇନଷ୍ଟିଚ୍ୟୁଟ୍‌’ ପ୍ରତିଷ୍ଠା କରିଥିଲେ । ଏହା ସହ ସେ ରୋଶନ୍ ତନେଜାଙ୍କ ଆକ୍ଟିଂ ସ୍କୁଲରେ ପ୍ରଶିକ୍ଷକ ଭାବେ କାମ କରିଥିଲେ ।

 

Leave A Reply

Your email address will not be published.