Latest Odisha News

BREAKING NEWS

ନିଜ ଘରେ ବେଆଇନ ହୋର୍ଡ଼ିଂ ଲଗାଇଥିବା ଅଭିଯୋଗରେ ଅଭିନେତା ମୋହନ ବାବୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

ହାଇଦ୍ରାବାଦ:ତେଲୁଗୁ ଫିଲ୍ମ ଅଭିନେତା ମୋହନ ବାବୁଙ୍କ ଉପରେ ଜିଏଚଏମସିର ଏନଫୋର୍ସମେଣ୍ଟ ଭିଜିଲାନ୍ସ ଏବଂ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାଳୟ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ଚଳଚ୍ଚିତ୍ର ନଗର ସ୍ଥିତ ନିଜ ବାସଭବନ କାନ୍ଥରେ ଚଳଚ୍ଚିତ୍ର ବିଜ୍ଞାପନ ପୋଷ୍ଟର ଲଗାଇବା ଅଭିଯୋଗରେ ତାଙ୍କ ଉପରେ ଜରିମାନା ଲଗାଯାଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ GHMCଙ୍କୁ ଏ ସମ୍ପର୍କରେ ସୂଚନା ମିଳିଥିଲା । 

GHMC ଆକ୍ଟ ୧୯୫୫ ଅନୁସାରେ ସର୍ବସାଧାରଣ ସ୍ଥାନରେ ବ୍ୟବସାୟିକ ଦୋକାନଗୁଡିକ ଅନୁମତିପ୍ରାପ୍ତ ଆକାର ଏବଂ ଫର୍ମାଟ୍ ବାହାରେ ବିଜ୍ଞାପନ ବୋର୍ଡ ଏବଂ ହୋର୍ଡିଂ ଲଗାଇପାରିବେ ନାହିଁ ।

GHMC ଏକ ନୋଟିସ ପଠାଇଥିଲେ ଯେ ଗ୍ରାଉଣ୍ଡ ସ୍ଥରରୁ ୧୫ ଫୁଟ୍ ଉଚ୍ଚରେ ଅନଧିକୃତ ବିଜ୍ଞାପନ ପୋଷ୍ଟର ଲଗାଇବା ଆକ୍ଟର ଉଲଙ୍ଘନ । ବିଲଡିଂର ସମ୍ମୁଖରେ ୧୫ ପ୍ରତିଶତରୁ ଅଧିକ, ଫ୍ଲାସ୍ ଲାଇଟ୍ ବ୍ୟବହାର କରିବା, ପରିବର୍ତ୍ତନଶୀଳ ବିଜ୍ଞାପନ ହୋର୍ଡ଼ିଂ ଲଗାଇବା,  ବୈଧ ଗଠନମୂଳକ ସ୍ଥିରତା ପ୍ରମାଣପତ୍ର ବିନା ବିଜ୍ଞାପନ ଚଲାଇବା ଅପରାଧ ବୋଲି ନୋଟିସରେ କୁହାଯାଇଛି ।

Leave A Reply

Your email address will not be published.