Latest Odisha News

ରୁଷିଆରେ ତୃତୀୟ କରୋନା ଟିକା CoviVacକୁ ମିଳିଲା ମଞ୍ଜୁରୀ

ମସ୍କୋ: ବିଶ୍ୱରେ ପ୍ରଥମ କୋଭିଡ୍-୧୯ ଟିକାକରଣ ଆରମ୍ଭ କରିଥିବା ଦେଶ ରୁଷ, ଶନିବାର ଦିନ ଦେଶରେ ତୃତୀୟ କରୋନା ଭାଇରସ୍ ଟିକାକୁ ଅନୁମୋଦନ କରିଛି। ତେବେ, ଏହି ଟିକା CoviVac ର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହି ଟିକାର ଉତ୍ପାଦନ ଚୁମାକୋଭ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ସ୍ପୁଟନିକ୍ ଭି ସଟ୍ ସମେତ ରୁଷିଆ ଦୁଇଟି କୋଭିଡ୍ ଟିକା ଅନୁମୋଦନ କରିସାରିଛି।

BjdElectrycity

ମସ୍କୋର ଗମାଲାୟା ପ୍ରତିଷ୍ଠାନରେ ସ୍ପୁଟନିକ୍ ଟିକା ପ୍ରସ୍ତୁତ କରାଯାଇଥିଲା। ପ୍ରାରମ୍ଭରେ, ଏହି ଟିକାକୁ ନେଇ ପାଶ୍ଚାତ୍ୟ ଦେଶମାନଙ୍କରେ ବିବାଦ ଦେଖାଦେଇଥିଲା, କିନ୍ତୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହାର ଫଳାଫଳ ସମସ୍ତଙ୍କୁ ଶାନ୍ତ କରିଥିଲା। ଅଗଷ୍ଟ ମାସରେ ସ୍ପୁଟନିକ୍ ଭି ଅନୁମୋଦନ ହୋଇଥିଲା ଏବଂ ପରୀକ୍ଷଣର ଶେଷ ପର୍ଯ୍ୟାୟ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା। ଡିସେମ୍ବରରୁ ରୁଷିଆରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.