ମୁମ୍ବାଇ: ଅଭିନେତା କନୱରଜିତ ପେଣ୍ଟଲ। ଯିଏକି ଡଜନେ ଡଜନେ ହିଟ୍ ଫିଲ୍ମ ଏବଂ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି? ବି.ଆର. ଚୋପ୍ରାଙ୍କ “ମହାଭାରତ” ଭଳି ସଫଳ ପୌରାଣିକ ଧାରାବାହିକରେ ଅଭିନୟ କରିଥିବା କନୱରଜିତ ପେଣ୍ଟଲ ଏବେ ସୋସିଆଲ ମିଡିଆ ଯୋଗୁଁ କାମ ପାଇଁ ସଂଘର୍ଷ କରୁଛନ୍ତି।
ପେଣ୍ଟଲ ବହୁତ ଦିନ ଧରି ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି। ସେ ବି.ଆର. ଚୋପ୍ରାଙ୍କ “ମହାଭାରତ”ରେ “ଶିଖଣ୍ଡି” ଭୂମିକାରେ ଅଭିନୟ କରିଥିଲେ। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଏହି ବୟସରେ କାମ ଖୋଜିବା ପାଇଁ ତାଙ୍କ ସଂଘର୍ଷ ବିଷୟରେ ବଖାଣିଛନ୍ତି ଏବଂ କାମ ନ ପାଇବାର କାରଣ ମଧ୍ୟ କହିଛନ୍ତି।
ଭିଡିଓରେ, କନୱରଜିତ ପେଣ୍ଟଲଙ୍କ ଇଣ୍ଡଷ୍ଟ୍ରିରେ ବଦଳୁଥିବା ଧାରା ଉପରେ କଟାକ୍ଷ କରି କହୁଛନ୍ତି ଯେ ଇନଷ୍ଟାଗ୍ରାମରେ ତାଙ୍କର ପର୍ଯ୍ୟାପ୍ତ ଫଲୋଅର୍ସ ନଥିବାରୁ ସେ କାମ ପାଇପାରୁନାହାଁନ୍ତି।
Comments are closed.