ବେଙ୍ଗାଲୁର: ଚଳିତ ଆଇପିଏଲରେ ଗତ ସଂସ୍କରଣର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ସୋମବାର ଦିଲ୍ଲୀ ବିପକ୍ଷରେ ଆରସିବି ବୃହତ ବିଜୟ ହାସଲ କରିଛି । ହାତରେ ୮୧ ବଲ ବାକି ଥାଇ ଆରସିବି ମ୍ୟାଚକୁ ଜିତି ନେଇଛି । ଜୋଶ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ଦିଲ୍ଲୀ ଟିମ ଧରାଶାୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୬.୩ ଓଭରରେ ୭୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଭିଷେକ ପାରୋଲ ସର୍ବାଧିକ ୩୦ ରନ କରିଥିଲେ । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ହାଜେଲଉଡ ୪ଟି ଓ ଭୁବନେଶ୍ୱର ୩ଟି ୱିକେଟ ନେଇଥିଲେ ।
ଜବାବରେ ଆରସିବି ୬.୩ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଜ୍ୟାକବ ବେଥେଲ ୨୦ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ୨୩ ଓ ଦେବଦତ ପାଡିକଲ ୩୪ ରନ କରି ଅପରାଜିତ ରହିଥିଲେ । ଆରସିବି ୮ ମ୍ୟାଚରୁ ୧୨ ପଂଏଟ ହାସଲ କରି ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଅପରପକ୍ଷରେ ଦିଲ୍ଲୀ ୮ ମ୍ୟାଚରୁ ୬ ପଂଏଟ ପାଇ ୭ମ ସ୍ଥାନ ହାସଲ କରିଛି । ହାଜେଲଉଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।