Latest Odisha News

ଓଲିଉଡକୁ ପୁଣି କମବ୍ୟାକ୍ କରୁଛନ୍ତି ପପୁ ପମପମ୍

ଭୁବନେଶ୍ୱର: ଖୁବଶୀଘ୍ର ପରଦାକୁ କମବ୍ୟାକ୍ କରିବାକୁ ଯାଉଛନ୍ତି ଓଲିଉଡ କମେଡି କିଙ୍ଗ୍ ତଥା ହାସ୍ୟାଭିନେତା ପପୁ ପମପମ୍ ।

ଅନେକ ଦିନର ବ୍ୟବଧାନ ପରେ ପପୁ ‘ମିଷ୍ଟର କହ୍ନେୟା’ ଫିଲ୍ମ ଜରିଆରେ ପୁଣିଥରେ ରୂପେଲି ପରଦାରେ ଅଭିନୟ କରିବାକୁ ଯାଉଛନ୍ତି ।

ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜନା ବ୍ୟାନରରେ ନିର୍ମିତ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଥବା ବେଳେ ଏହା ଆଗାମୀ ଗଣେଶ ପୂଜା ତଥା ସେପ୍ଟେମ୍ବର ୨ ତାରିଖରେ ପରଦାକୁ ଆସିବାକୁ ଯାଉଛି ।

‘ମିଷ୍ଟର କହ୍ନେୟା’ ଫିଲ୍ମର ନିର୍ଦ୍ଦେଶନା ଭାର ରମେଶ ରାଉତ ସମ୍ଭାଳୁଥିବା ବେଳେ ବୈଦ୍ୟନାଥ ଦାସ ସଙ୍ଗୀତ ଭାର ତୁଲାଇଛନ୍ତି ।

Leave A Reply

Your email address will not be published.