Latest Odisha News

BREAKING NEWS

ବାହାହେଲେ ବରୁଣ ଧୱନ ଓ ନତାଶା ଦଲାଲ, ଦେଖନ୍ତୁ ବିବାହର ପ୍ରଥମ ଫଟୋ

ଅଲିବାଗ : ପିଲାଦିନର ସାଙ୍ଗ ବରୁଣ ଧୱନ ଓ ନତାଶା ଦଲାଲ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଦ ମ୍ୟାନସନ୍ ହାଉସରେ ଦୁହିଁଙ୍କ ବାହାଘର ହୋଇଛି । ବାହାଘରରେ ବରୁଣ ଧୱନ ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷଙ୍କ ଦ୍ୱାରା ଡିଜାଇନ୍ ସ୍ୱତନ୍ତ୍ର ଶେରୱାନିରେ ନଜର ଆସିଥିଲେ । ଅନ୍ୟପଟେ ପେଷାରେ ଫ୍ୟାସନ୍ ଡିଜାଇନର ନତାଶା ନିଜେ ପ୍ରସ୍ତୁତ କରିଥିବା ଲେହେଙ୍ଗାରେ ବିବାହ ବେଦୀକୁ ଆସିଥିଲେ ।

ବିବାହ ପରେ ଦୁହେଁ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା । ବିବାହ ବେଳେ ଜମିଥିଲା ନାଚଗୀତର ଆସର । ଅଲିବାଗରେ ବରୁଣ ଓ ନତାଶାଙ୍କ ବିବାହ ହୋଇଛି । ବିବାହ ଉତ୍ସବରେ ପ୍ରାୟ ୪୦ ଜଣ ଉପସ୍ଥିତ ଥିବାବେଳେ ସମସ୍ତଙ୍କ କରୋନା ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.