Latest Odisha News

BREAKING NEWS

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ସିବିଆଇ ତଦନ୍ତ ନିର୍ଦ୍ଦେଶ

ଥିରୁଭନନ୍ତପୁରମ: କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଓମେନ ଚାଣ୍ଡି ଓ ବେଣୁ ଗୋପାଳଙ୍କ ସହିତ ଅଦୁର ପ୍ରକାଶ, ହିବୀ ଇଦେନଙ୍କ ସମେତ ଜଣେ ବିଜେପି ନେତା ଏପି ଅବ୍‌ଦୁଲ୍ କୁଟ୍ଟିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି।

ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ଅଭିଯୋଗକାରିଣୀ ସରିତ ଏସ୍‌ ନାୟାର କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଚିଠି ଲେଖି ଜଣାଇବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ କମ୍ୟୁନିଷ୍ଟ ସରକାର ଏଭଳି ପଦକ୍ଷେପ ନେଇଥିବା କଂଗ୍ରେସ ଅଭିଯୋଗ କରିଛି।

୨୦୧୩ରେ ସରିତା ଓ ତାଙ୍କ ସ୍ୱାମୀ ଟିମ୍ ସୋଲାର ନାଁରେ ଏକ କଂପାନି କରି ଲୋକଙ୍କୁ ଠକେଇ କରିଥିଲେ। ୨୦୧୪ରେ ଏହି ଘଟଣା ପଦାକୁ ଆସିବା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେ ସମୟରେ କଂଗ୍ରେସର ଉମେନ ଚାଣ୍ଡି ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି ସରିତା ଅଭିଯୋଗ ଆଣିଛନ୍ତି। ଏହାପରେ କେରଳ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। nation-and-

Leave A Reply

Your email address will not be published.