Latest Odisha News

BREAKING NEWS

ଅଡୁଆରେ ଅକ୍ଷୟ, ଫିଲ୍ମ ବେଲ୍ ବଟମ୍ କ୍ରିଉ ବିରୋଧରେ ଦୁଷ୍କର୍ମ ଅଭିଯୋଗ !

ମୁମ୍ବାଇ: କରୋନା ମହାମାରୀକୁ ଖାତିର ନକରି ଅଭିନେତା ଅକ୍ଷୟ ସ୍କଟଲ୍ୟାଣ୍ଡରେ ପହଂଚିଥିଲେ ଖାସ ଫିଲ୍ମ ବେଲ୍ ବଟମର ସୁଟିଂ ପାଇଁ । ହେଲେ ଏବେ ସେହି ବେଲ୍ ବଟମ୍ ଫିଲ୍ମ ପାଇଁ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମର କାଷ୍ଟିଂ ଡାଇରେକ୍ଟରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ।

ରିପୋର୍ଟ ଅନୁଯାୟୀ କାଷ୍ଟିଂ ଡାଇରେକ୍ଟର ଆୟୁଷ ତିୱାରୀ ଓ ତାଙ୍କର ଜଣେ ବନ୍ଧୁଙ୍କ ଉପରେ ଜଣେ ଅଭିନେତ୍ରୀ ଦୁଷ୍କର୍ମ ଆରୋପ ଲଗାଇଛନ୍ତି । ଏ ନେଇ ଦୁହିଁଙ୍କ ବିରୋଧରେ ମୁମ୍ବାଇର ବର୍ସୋଭା ଥାନାରେ ମାମଲା ଦାୟର ହୋଇଛି । ଏହି ନୂଆ ମାମଲାକୁ ନେଇ ଅକ୍ଷୟ ଚିନ୍ତାରେ ପଡିଥିବା ଜଣାପଡିଛି ।

ପୀଡିତା ଜଣେ ଅଭିନେତ୍ରୀ ହୋଇଥିବାବେଳେ ଅନେକ ୱେବ୍ ସିରିଜରେ ଅଭିନୟ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଆରୋପୀ ଆୟୁଷ ତିୱାରୀ ବିବାହର ପ୍ରଲୋଭନ ଦେଖାଇ ବହୁଦିନ ଧରି ତାଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ସ୍ଥାପନ କରିଥିଲେ । ତେବେ ବିବାହ କଥା କହିବାରୁ ଅଭିଯୁକ୍ତ ଆୟୁଷ ତାଙ୍କୁ ଦୁଷ୍କର୍ମର ଭିଡିଓ ଦେଖାଇ ବ୍ଲାକମେଲ୍ କରିଥିଲା । ଏହି ଘଟଣାକୁ ନେଇ ଅଭିନେତ୍ରୀ ଜଣକ ବହୁଦିନ ଧରି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ ।

ପରେ ଚିନ୍ତାରେ ପଡିଥିବା ଅଭିନେତ୍ରୀ ଜଣକ ଅଭିଯୁକ୍ତ ଆୟୁଷର ବନ୍ଧୁ ରାକେଶ ଶର୍ମାକୁ ସମାଧାନ ପାଇଁ ନେହୁରା ହୋଇଥିଲେ । ତେବେ ସମାଧାନ କରିବା ଆଳରେ ଆୟୁଷର ବନ୍ଧୁ ମଧ୍ୟ ତାଙ୍କୁ ନିଶା ଖୁଆଇ ଦୁଷ୍କର୍ମ କରିଥିବା ଅଭିନେତ୍ରୀ ଜଣକ ଥାନାରେ ବୟାନ୍ ଦେଇଛନ୍ତି । ଅନ୍ୟପଟେ ପୋଲିସ ଆଇପିସି ଧାରା ୩୭୬ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପୂର୍ବରୁ ଅକ୍ଷୟଙ୍କୁ ସୋସିଆଲ୍ ମିଡିଆରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଯାହା ପରବର୍ତ୍ତୀ ସମୟରେ ଫିଲ୍ମ ଲକ୍ଷ୍ମୀକୁ ମଧ୍ୟ ପ୍ରଭାବିତ କରିଥିଲା । ଏପରି ସ୍ଥିତିରେ ଫିଲ୍ମ ବେଲ୍ ବଟମ୍‌ର କାଷ୍ଟିଂ ଡାଇରେକ୍ଟରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ନିଶ୍ଚିତ ଭାବେ ଅକ୍ଷୟଙ୍କୁ ଅଡୁଆରେ ପକାଇଛି ।

Leave A Reply

Your email address will not be published.