Latest Odisha News

ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ରେ ଦୀପିକାଙ୍କ ଏଣ୍ଟ୍ରି

ମୁମ୍ବାଇ:ବଲିଉଡ଼ର ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଏବେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ଆଗାମୀ ଫିଲ୍ମ ‘ଜୱାନ’ କୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ‘ଜୱାନ’ର ଗୀତ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କୁ ଆହୁରି ଖୁସି କରିଛି । ଅଭିନେତ୍ରୀ ଦିପିକା ପାଦୁକୋନ ଏକ ଗୀତରେ ଏଣ୍ଟ୍ରି କରିଛନ୍ତି ।

‘ଯୱାନ’ ଫିଲ୍ମର ଟିମ୍ ଏପ୍ରିଲ ମାସରେ ମାତ୍ର ୧୦ ଦିନ ଭିତରେ ଦୁଇଟି ଗୀତ ଶୁଟିଂ କରିବେ । ଶାହରୁଖ ଏବଂ ଅଭିନତ୍ରେୀ ନୟନତାରା ମୁମ୍ବାଇରେ ପ୍ରଥମ ଗୀତ ଶୁଟିଂ କରିବେ । ପରେ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଆଉ ଗୋେ ଗୀତ ସୁଟିଂ ହେବ, ଯେଉଁଥିରେ ଶାହରୁଖଙ୍କ ସହ ଦୀପିକା ନଜର ଆସିବେ । ଉଭୟ ଯୋଡି ଫିଲ୍ମ ‘ପଠାନ’ ଦ୍ୱାରା ଲୋକଙ୍କୁ ପାଗଳ କରିଦେଇଥିଲେ । ଏବେ ଏହି ଯୋଡ଼ିକୁ ପୁଣି ଦେଖିବାକୁ ଲୋକେ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମ ‘ଯୱାନ’ରେ ବିଜୟ ସେତୁପତି ନେଗେଟିଭ୍ ଭୂମିକାରେ ନଜର ଆସିବେ । ଏଥିସହିତ ସେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ।

Leave A Reply

Your email address will not be published.