Latest Odisha News

ବିଜେଡିରେ ସାମିଲ ହେଲେ ଓଡିଆ ଅଭିନେତ୍ରୀ ଜିନା ସାମଲ୍, ସକାଳେ ବିଜେପିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଓଡିଆ ଅଭିନେତ୍ରୀ ଜିନା ସାମଲ୍ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ଜିନା କହିଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ । ଦଳର ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଥିଲେ ନିଜର ଇସ୍ତଫାପତ୍ର । ଜିନା ବାଲେଶ୍ବର ଜିଲ୍ଲା ଭୋଗରାଇ ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । ମାତ୍ର ଦଳ ତାଙ୍କୁ ଟିକେଟ ଦେଇନଥିଲା । ତେଣୁ ସେ ଦଳ ଛାଡ଼ିଥିବା କୁହାଯାଉଥିଲା । ବିଜେପି ଛାଡିବା ପରେ ସେ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି ।

Comments are closed.