Latest Odisha News

BREAKING NEWS

‘ଖତରୋଁ କେ ଖିଲାଡି ୧୦’ ଜିତିଲେ ଅଭିନେତ୍ରୀ କରିସ୍ମା ତନ୍ନା

ମୁମ୍ବାଇ: କଲର୍ସ ଚ୍ୟାନଲରେ ପ୍ରସାରିତ ‘ଖତରୋଁ କେ ଖିଲାଡି’ର ସିଜନ୍ ୧୦ର ବିଜେତା ହୋଇଛନ୍ତି ଅଭିନେତ୍ରୀ କରିସ୍ମା ତନ୍ନା । ଯେତେବେଳେ କି ଫାଇନାଲିଷ୍ଟ ଭାବେ କରନ ପଟେଲ୍‌, ଧର୍ମେସ, ବଲରାଜ ଓ ୟେଲାଣ୍ଡେ ରହିଥିଲେ।

ସୂଚନାନୁଯାୟୀ, କରୋନା ଭାଇରସ୍ ଓ ତଦଜନିତ ଲକଡାଉନ୍ ଯୋଗୁଁ ଏହାର ସୁଟିଂକୁ ଅଧାରୁ ବନ୍ଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅନଲକ୍ ଜାରି ପରେ ସମସ୍ତ କଟକଣାକୁ ଧ୍ୟାନରେ ରଖି ଖତରୋଁ କେ ଖିଲାଡି ୧୦ର ପ୍ରତିଯୋଗୀ ମାନେ ସୁଟିଂ ପାଇଁ ଗତ ସପ୍ତାହରେ ଫିଲ୍ମ ସିଟିରେ ଏକାଠି ହୋଇଥିଲେ।

ଏହି ଶୋର ଉପସ୍ଥାପନା ଦାୟିତ୍ୱ ତୁଲାଇଛନ୍ତି ରୋହିତ ସେଠୀ । ବିଜେତା ହେବା ପରେ କରିସ୍ମା ଇମୋସନାଲ୍ ହେବା ସହ ଜିତର ଖୁସିକୁ ତାଙ୍କ ମା’ଙ୍କ ସହ କେକ୍ କାଟି ମନାଇଥିବା ନଜରକୁ ଆସୁଛି ।

‘ଖତରୋଁ କେ ଖିଲାଡି’ ସିଜନ୍ ୧୦ର ସୁଟିଂ ଗତ ବର୍ଷ ବୁଲଗେରିଆରେ ଆରମ୍ଭ ହୋଇଥିଲା ।

 

Leave A Reply

Your email address will not be published.