Latest Odisha News

BREAKING NEWS

ଝିଅଙ୍କୁ ଧରି ପ୍ରଥମ ଥର ଭାରତ ଆସିଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ତାଙ୍କ କୁନି ଝିଅ ମାଲ୍‌ତୀ ମ୍ୟାରୀଙ୍କୁ ଧରି ଭାରତ ଆସିଛନ୍ତି । ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ବି ଆସିଛନ୍ତି । ମାଲ୍‌ତୀ ମ୍ୟାରିଙ୍କର ଏହା ହେଉଛନ୍ତି ପ୍ରଥମ ଭାରତ ଗସ୍ତ । ପ୍ର୍ରିୟଙ୍କା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଫଟୋଗ୍ରାଫରଙ୍କୁ ଫଟୋ ପୋଜ୍ ଦେବା ସହ ହାତ ଯୋଡ଼ି ନମସ୍କାର ବି କରିଛନ୍ତି ।

୨୦୨୨ ମସିହାରେ ପ୍ରିୟଙ୍କା ଓ ନିକ୍ ଝିଅ ମାଲ୍‌ତୀଙ୍କୁ ଗ୍ରହଣ କରିଥିଲେ । ତାଙ୍କ ଝିଅ ସରୋଗେସି ଜରିଆରେ ଜନ୍ମ ହୋଇଛନ୍ତି ବୋଲି ମଧ୍ୟ ସୂଚନା ଦେଇଥିଲେ ।
୨୦୧୭ ମସିହାରେ ପ୍ରିୟଙ୍କା ଏବଂ ନିକ ଏକ କାର୍ଯ୍ୟକ୍ରମରେ ପ୍ରଥମ ଦେଖା ହୋଇଥିଲେ । ସେବେଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ପରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ୨୦୧୮ ମସିହାରେ ସେମାନେ ବିବାହ କରିଥିଲେ । ବିବାହ ପରେ ପ୍ରିୟଙ୍କା ନ୍ୟୁୟର୍କରେ ରହୁଛନ୍ତି ।

Leave A Reply

Your email address will not be published.