Latest Odisha News

ସାତ ମାସ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ଅଭିନେତ୍ରୀ ରିୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ସେମାନଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ପାଇଁ ପୋଷ୍ଟ ସେୟାର କରି ଏହି ବିଶେଷ ଦିନରେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏହି ସମୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅନ୍ତର୍ଜାତୀୟ ମହିଳା ଦିବସରେ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି, ଯାହାକୁ ନେଇ ଅନେକ ଆଲୋଚନା ହେଉଛି।

ଗତ ବର୍ଷ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାମ ଯୋଡିବା ପରେ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରୁ ମଧ୍ୟ ଅଦୃଶ୍ୟ ହୋଇଯାଇଥିଲେ। ବର୍ତ୍ତମାନ ସାତ ମାସ ପରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆନ୍ତର୍ଜାତୀୟ ମହିଳା ଦିବସରେ ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ନିଜ ମାଆଙ୍କ ହାତ ଧରିଥିବା ଦେଖିବାକୁ ମିଳିଛି। ରିୟା ଚକ୍ରବର୍ତ୍ତୀ ଏହି ଫଟୋ ସେୟାର କରି ଅନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କ ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘ଆମକୁ ମହିଳା ଦିବସର ଶୁଭେଚ୍ଛା … ମା ଏବଂ ମୁଁ … ସବୁଦିନ ପାଇଁ … ମୋର ଶକ୍ତି, ମୋର ବିଶ୍ୱାସ, ମୋର ଧୈର୍ଯ୍ୟ – ମା’।

Comments are closed.