Latest Odisha News

BREAKING NEWS

ଜାତୀୟ ସାଇକେଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଶା ଝିଅ ଶ୍ୱାତୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରାଉରକେଲା ଝିଅ ଶ୍ବାତୀ ସିଂ। ମୁମ୍ବାଇରେ ଅନୁଷ୍ଠିତ ୩୫ ତମ ଜାତୀୟ ସଡକ ସାଇକେଲ ଚାମ୍ପିୟନସିପ୍‌ରେ ମହିଳା ବର୍ଗ ଅଧୀନରେ ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟରେ ଓଡିଶାର ଶ୍ବାତୀ ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ମାର୍ଚ୍ଚ ୫ ତାରିଖରୁ ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପ୍ ସୋମବାର ଶେଷ ହେବ।

ରାଉରକେଲାର ୧୯ ବର୍ଷୀୟା ଶ୍ବାସ୍ତି ୨୦୧୫ରେ ସାଇକ୍ଲିଂ ମଇଦାନରେ ପ୍ରବେଶ କରିଥିଲେ।  ସେ ୨୦୧୮ ରେ ୨୩ ତମ ଜାତୀୟ ରୋଡ୍ ସାଇକ୍ଲିଂ ଚାମ୍ପିଅନସିପ୍ ରେ ୧୫ କିଲୋମିଟର ଇନ୍‌ଡିଭିଜୁଆଲ୍‌ ଟାଇମ୍‌ ଟ୍ରାଏଲ୍‌ ଇଭେଣ୍ଟରେ ତାଙ୍କର ପ୍ରଥମ ଜାତୀୟ ପଦକ ହାସଲ କରିଥିଲେ। ଏଥିପାଇଁ ସେ ଚାରିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସେହିବର୍ଷ ସେ ୫ମ ଏସୀୟ କପ୍ ଟ୍ରାକ୍ ସାଇକ୍ଲିଂରେ ନିଜର ପ୍ରଥମ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।

୨୦୧୯ରେ, ସେ ଟ୍ରାକ୍ ଏସିଆ କପ୍ ସାଇକ୍ଲିଂ ଚାମ୍ପିଅନସିପ୍ ରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ନିଜର ୨:୩୭:୦୦ ସେକେଣ୍ଡର ପୂର୍ବ ରେକର୍ଡକୁ ପରାସ୍ତ କରି ୨: ୩୫: ୧୬୧ ସେକେଣ୍ଡର ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ସେ ୧୩ ତମ ଦକ୍ଷିଣ ଏସୀୟ ଗେମ୍ସରେ ରୌପ୍ୟ ବିଜୟ ସହ ଏହାକୁ ଅନୁସରଣ କରିଥିଲେ।

୨୦୨୦ରେ, ସେ ଗୌହାଟୀରେ ଚାଲିଥିବା ତୃତୀୟ ଖେଲୋ ଇଣ୍ଡିଆ ୟୋଥ୍‌ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ଜିତିଥିଲେ।

Leave A Reply

Your email address will not be published.