Latest Odisha News

BREAKING NEWS

ଫୁଟବଲ୍ ଶିଖୁଛନ୍ତି ନୋରା ଫତେହୀ !

ନୋରା ଫତେହୀ ଫୁଟବଲ୍ ଶିଖୁଛନ୍ତି । ତେବେ ନୋରା କୌଣସି ଫିଲ୍ମ ପାଇଁ ନୁହଁ, ନିଜ ଶୈଶବର ସ୍ବପ୍ନ ସାକାର କରିବାକୁ ଫୁଟବଲ୍ ଶିଖୁଛନ୍ତି । ଅଣତିରିଶ ବର୍ଷ ବୟସ୍କା ମରକୋ-କାନାଡିଆନ୍ ନର୍ତ୍ତକୀ- ଅଭିନେତ୍ରୀ ନୋରା ଶୈଶବରୁ ଖେଳ-କୁଦପ୍ରିୟା ଫୁଟବଲର ହେବା ପାଇଁ ଇଚ୍ଛା ଥିଲା । ତେବେ ବିଶ୍ବ ସ୍ତରରେ ତାଲିମ ପାଇଁ ଆବଶ୍ୟକ ଅର୍ଥ ଦେବାର କ୍ଷମତା, ତାଙ୍କ ପରିବାରର ନଥିଲା । ଏବେ ସେ ସ୍ବୟଂ ଖର୍ଚ୍ଚ ଉଠାଇବାକୁ ସକ୍ଷମ । ତେଣୁ ସେ ଏବେ ଫୁଟବଲ୍ ଶିଖୁଛନ୍ତି । 

ଏହି ଖେଳରେ ପାରଙ୍ଗତା ଲାଭ କରିବା ତାଙ୍କର ଲକ୍ଷ । ୨୦୧୪ରେ ‘ରୋର: ଟାଗରସ୍ ଅଫ୍ ଦ ସୁନ୍ଦରବନ’ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ ନୋରା । ତାଙ୍କ ଅଭିନେତ୍ରୀ ଜୀବନ ମୁଖ୍ୟତଃ ଅଇଟମ୍ ନମ୍ବର ପରିବେଶଣ ମାଧ୍ୟମରେ ସୀମିତ । ଅଦ୍ୟବଧି ଉଣେଇଶଟି ହିନ୍ଦୀ ଓ ଦକ୍ଷିଣୀ ଫିଲ୍ମ, ଏଗାରଟି ରିଆଲିଟି ସୋ ଏବଂ ନଅଟି ମିଉଜିକ୍ ଭିଡିଓରେ ବାହାରିସାରିଲେଣି ନୋରା । ଚଳିତବର୍ଷ ଦେଖିବାକୁ ମିଳିବେ ଭୁଜ୍ – ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଓ ‘ସତ୍ୟମେବ ଜୟତେ 2’ରେ । 

Leave A Reply

Your email address will not be published.