Latest Odisha News

ନାଟୁନାଟୁ ଗୀତରେ କାର ଲାଇଟିଂ ଡ୍ୟାନ୍ସ

ୱାଶିଂଟନ: ଓସ୍କାର ବିଜେତା ନାଟୁ ନାଟୁ ଗୀତ ଏବେ ବିଶ୍ୱର କୋଣ ଅନୁକୋଣରେ ଧୁମ୍ ମଚାଉଛି । ପିଲାଠାରୁ ବୁଢାଯାଏଁ ସମସ୍ତେ ଏହି ଗୀତରେ ନାଚିବାକୁ ପାଗଳ । ଆଉ ସୋସିଆଲ ମିଡ଼ିଆରେ ଏହି ଗୀତକୁ ନେଇ ରିଲସ୍ କରିବା ସଂଖ୍ୟା ଅଗଣତି । ନିକଟରେ ସାଉଥ ଫିଲ୍ମର ଗୀତ ନାଟୁ ନାଟୁରେ ଆମେରିକୀୟ ପୋଲିସମାନେ ମନଖୋଲି ନାଚୁଥିବାର ଦେଖିବାକୁ ମିଳିଥିଲା । ଏବେ ସେହି ଆମେରିକାରେ ନାଟୁ ନାଟୁ ଗୀତରେ କାର ଲାଇଟିଂ ଡ଼୍ୟାନ୍ସ ଖୁବ୍ ଚର୍ଚ୍ଚିତ ହେଉଛି ।

ସୋସିଆଲ ମିଡ଼ିଆରେ ଖୁବ୍ ଲୋକପ୍ରିୟତା ହାସଲ କରିଥିବା ଏହି ଗୀତର ଏକ ନୂଆ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିରେ ଦେଖିବାକୁ ମିଳୁଛି ଗୀତର ତାଳେ ତାଳେ କାର ଲାଇଟିଂ ଡ଼୍ୟାନ୍ସ ଆୟୋଜନ କରାଯାଇଛି, ଯାହା ଏଥିରେ ଉପସ୍ଥିତ ଥିବା ଲୋକଙ୍କୁ ନାଚିବା ପାଇଁ ଏକ ପ୍ରକାର ବାଧ୍ୟ କରିଛି । ଗୀତଟିରେ ଦେଖାଯାଉଛି ଯେ, ପାର୍କିଂ ଏରିଆରେ ଶହ ଶହ ସଂଖ୍ୟାରେ କାର ରଖାଯାଇଛି । ପ୍ରତି କାରରେ ଡ଼୍ରାଇଭର ଅଛନ୍ତି । ନାଟୁ ନାଟୁ ଗୀତ ବାଜିଲା ପରେ ତାଳେ ତାଳେ ଗାଡ଼ିର ଲାଇଟ୍ ଡ଼୍ୟାନ୍ସିଂ କଲା ଭଳି ଦେଖାଯାଉଛି । ଲାଗୁଛି ଯେମିତି ସେଠିକାର ଲୋକମାନେ ନୁହଁନ୍ତି ନାଟୁ ନାଟୁ ଗୀତରେ ସବୁ ଗାଡ଼ିଗୁଡ଼ିକ ମନଖୋଲି ନାଚୁଛନ୍ତି । ସୋସିଆଲ ମିଡ଼ିଆରେ ଏହି କାର ଲାଇଟିଂ ଡ଼୍ୟାନ୍ସ ନାଟୁ ନାଟୁର ଅନ୍ୟ ରିଲ୍ସ ଭିଡ଼ିଓକୁ ପଛରେ ପକାଇ ଦେଇଛି । ତେସଲା କାର କମ୍ପାନୀ ପକ୍ଷରୁ ଏହି କାର ଲାଇଟିଂ ଡ଼୍ୟାନ୍ସର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.