Latest Odisha News

BREAKING NEWS

ମୋଦିଙ୍କୁ ଚିଠି ଲେଖିଲେ ଅଧୀର, କହିଲେ ଆପଣଙ୍କ ଶୋଭାଯାତ୍ରା ପାଇଁ ଦିଲ୍ଲୀରେ ହେଉଛି ଟ୍ରାଫିକ ସମସ୍ୟା

ନୂଆଦିଲ୍ଲୀ: ପ୍ରୋଟୋକଲ ଅନୁଯାୟୀ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋଭାଯାତ୍ରା କୌଣସି ସ୍ଥାନକୁ ଯାଇଥାଏ, ତେବେ ଅଳ୍ପ ସମୟ ପାଇଁ କିଛି ରାସ୍ତା ବନ୍ଦ ରହିଥାଏ । କରାଣ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇଥାଏ । ଏହା ଭିତରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧୁରୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

ଅଧୀର ରଂଜନ ଲେଖିଛନ୍ତି ଯେ, ତାଙ୍କ ଶୋଭାଯାତ୍ରା ଯୋଗୁଁ ଦିଲ୍ଲୀରେ ବିଶେଷ କରି କେନ୍ଦ୍ରୀୟ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ହେଉଛି । ଯେଉଁ କାରଣରୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଏବଂ ଏହି ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରିବାକୁ ଅଧୀର ରଂଜନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି ।

ଅଧୀର ରଂଜନ ଚୌଧୁରୀ ତାଙ୍କ ଚିଠିରେ ଟ୍ରାଫିକ ସମସ୍ୟା ସହ ଜଡିତ ପ୍ରସଙ୍ଗ ଉଠାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉପରେ କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ । ସେ ଆହୁରି ଲେଖିଥନ୍ତି ଯେ, ଏହା ମଧ୍ୟ ଏକ ସତ୍ୟ ଯେ ରାସ୍ତାରେ ଯାଉଥିବା ଲୋକଙ୍କୁ ଟ୍ରାଫିକ ଜାମ୍ ଯୋଗୁଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଏଥିରେ ଦିନି ମଜୁରୀଆ, ରୋଗୀ, ଅଫିସ୍ ଯାଉଥିବା ଲୋକ, ବିଦ୍ୟାଳୟ ଏବଂ କଲେଜ ଯାଉଥିବା ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ । ସେ କହିଛନ୍ତି ଯେ, ମୁଁ ଏହା ଶୁଣିଛି ଏବଂ ମୋତେ ଏହା ମଧ୍ୟ କୁହାଯାଇଛି ଯେ ଆପଣଙ୍କ ଶୋଭାଯାତ୍ରା ଯୋଗୁଁ ଟ୍ରାଫିକ୍ ଜାମ୍ ହେଉଛି । ଅନେକ ସମୟରେ ଲୋକମାନେ ସେମାନଙ୍କର ବିମାନ, ଟ୍ରେନ୍ ଏବଂ ଏପରିକି ଛାତ୍ରଛାତ୍ରୀ ମାନେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ।

ଚୌଧୁରୀ କହିଛନ୍ତି ଯେ, ‘ଏହା ଜନସାଧାରଣଙ୍କ ଚିନ୍ତାର ବିଷୟ, ମୁଁ ଆଶା କରେଯେ, ଆପଣ ଏହି ବିଷୟ ପ୍ରତି ଧ୍ୟାନ ଦେବେ ଏବଂ ଏ ଦିଗରେ କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ’ ।

Leave A Reply

Your email address will not be published.