Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜମ୍ମୁ କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ପଣ୍ଡ: ସିସିଟିଭିରେ କଏଦ ଆକ୍ରମଣର ଚିତ୍ର

ଶ୍ରୀନଗର:  ଜମ୍ମୁ କଶ୍ମୀରରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ପଣ୍ଡ ହୋଇଛି।  ୧୫ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥି‌ଲେ। କିନ୍ତୁ ସୁରକ୍ଷାକର୍ମୀ ଏହି ଆକ୍ରମଣକୁ ସଫଳ ହେବାକୁ ଦେଇନଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆତଙ୍କବାଦୀମାନେ ସ୍ଥାନ ଛାଡ଼ି ପଳାଇଥିଲେ ।

ଜମ୍ମୁ କଶ୍ମୀରରେ ବଡ଼ ଧରଣରଆତ୍ମଘାତୀ ଆକ୍ରମଣ ପଣ୍ଡ ହୋଇଛି। ବହୁତ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ଯବାନ ମାନେ ପ୍ରତିହତ କରିଥିଲେ। ତେବେ ଏହି ଆକ୍ରମଣର କିଛି ଫୁଟେଜ ସିସିଟିଭିରେ କଏଦ ହୋଇଛି। କିଭଳି ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି। ବସ୍ ଉପରକୁ କିଭଳି ଗୁଳିମାଡ଼ କରାଯାଉଛି । ଏହି ଦୃଶ୍ୟ କଏଦ ହୋଇଛି। ସେହିଭଳି ଭାରତୀୟ ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। ଉଭୟ ପକ୍ଷରୁ ହୋଇଥିବା ଏହି ଆକ୍ରମଣର ଲାଇଭ ଫୁଟେଜ ଦେଖିବାକୁ ମିଳିଛି ।

ସୁଂଜୱାନ କ୍ୟାଣ୍ଟନମେଣ୍ଟ୍‌ ଅଞ୍ଚଳରେ ଏନ୍‌କାଉଣ୍ଟରରେ  ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆତଙ୍କବାଦୀଙ୍କ ନିକଟରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଥିଲା। ତେଣୁ ସେମାନେ ବଡ଼ ଆକ୍ରମଣ ଯୋଜନା କରିଥିଲେ ବୋଲି କୁହାଯାଉଛି।ଆତଙ୍କବାଦୀଙ୍କ ନିକଟରୁ ଆତ୍ମଘାତୀ ଜା‌କେଟ୍‌ ଏବଂ ୨ଟି ଏକେ-୪୭ ରାଇଫଲ୍‌, ଅଣ୍ଡର ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚର ଏବଂ ଏକ ସାଟେଲାଇଟ୍‌ ଫୋନ୍‌ ଜବତ ହୋଇଛି।

୨ ଆତଙ୍କବାଦୀ ସାମ୍ବା ଜିଲ୍ଲା ଦେଇ ଜମ୍ମୁ କାଶ୍ମୀରକୁ ଅନୁପ୍ରବେଶ କରିଥିଲେ ଏବଂ ସେମାନେ ସେନ‌ା ଶିବିର ନିକଟସ୍ଥ ଏକ ଅଞ୍ଚଳରେ ରହୁଥିଲେ।

 

Leave A Reply

Your email address will not be published.